
ପଟ୍ଟାମୁଣ୍ଡା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବିଷ୍ଣୁପୁର ଗାଁରେ ପୁଅ ମାଡ଼ରେ ମାଆ ମୃତ । ପୁଅ, ବୋହୂଙ୍କ ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ମାଆର ଜୀବନ । ପୁଲିସ ଅଭିଯୁକ୍ତ ପୁଅ ମନୋଜ ମଲ୍ଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ବିଳମ୍ବିତ ରାତିରେ ମନୋଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡ଼ା ବଢିବାରୁ ମନୋଜଙ୍କ ୭୦ ବର୍ଷୀୟ ବୁଢ଼ୀ ମାଆ ଶାନ୍ତିଲତା ପୁଅକୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମନୋଜ ତାଙ୍କ ମାଆଙ୍କୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା ।