
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମହିଜୋରରେ ପୁଅ ମାଡ଼ରେ ମା’ ମୃତ। ମୃତ ମହିଳା ଜଣଙ୍କ ହେଉଛନ୍ତି ମହିଜୋରର ଉର୍କୁଲି ଲୁହାର (୬୦ ବର୍ଷ)।
ସୂଚନାନୁଯାୟୀ, ଶନିବାର ଭୋର୍ ୪ଟାରେ ଉର୍କୁଲି ଲୁହାର ଶୋଇଥିବା ସମୟରେ ପୁଅ ବନମାଲି ହଠାତ୍ ଏକ ଲୁହା ପଟାରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସ୍ଥାନୀୟ ଲୋକେ ଉର୍କୁଲିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲଖନପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଲପାହାଡ ପୋଲିସ ଅଭିଯୁକ୍ତ ପୁଅ ବନମାଲି ଲୁହାରକୁ ଅଟକ ରଖିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ତେବେ ବନମାଲି କାହିଁକି ଉର୍କୁଲିଙ୍କୁ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି।