ପୁରୀ ଦଳାଚକଟା ଘଟଣା; ତଦନ୍ତ ପାଇଁ ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ

ପୁରୀ: ପୁରୀ ଶରଧାବାଲିରେ ଗତ ରବିବାର ଦିନ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିସନରଙ୍କ ନେତୃତ୍ବରେ ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଛି। ଆଜି ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଏହି ଟିମରେ ଅଛନ୍ତି ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁ। ଏହି ୪ ଜଣ ଓଏଏସ୍‌ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ୟ୍ୟାଳୟରେ ଉପସ୍ଥିତ ରହି ଅପରାହ୍‌ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ।

ଗତ ରବିବାର ଦିନ ସକାଳେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ‌ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ।

  • Related Posts

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର: ୬ ଓ ୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ୬ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା…

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବୃଦ୍ଧି ପାଇଁ ଶ୍ରୀମନ୍ଦିର ପ୍ରଚଳିତ ଆଇନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ଉଚ୍ଚ ସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି। ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ବାରମ୍ବାର ଜବତ…

    Leave a Reply

    Your email address will not be published. Required fields are marked *

    You Missed

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

    ‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’