ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ।

ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଦାଶଗୋବା ଗାଁର ନାରାୟଣ ମଲ୍ଲିକଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡ ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି। ସେହିପରି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ ଡକାଇଛି । ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଆଧାର କରି ଆଗକୁ ତଦନ୍ତ ବଢିବ ବୋଲି ପୋଲିସ କହିଛି ।ସେହିପରି ଏହି ହତ୍ୟା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

  • Related Posts

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

    ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମାଟିଆ ସାହି ଛକରେ ଯୁବକଙ୍କୁ ଆକ୍ରମଣ । ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ ହୋଇଛି । ଯେଉଁଥିରେ ଯୁବକ ସିଲୁ ପାହାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍