ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପାଇଁ ସାନି ବିଜ୍ଞପ୍ତି

ଭୁବନେଶ୍ୱର : ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ପାଇଁ ବୟସ ସୀମା ୩ବର୍ଷ ବଢ଼ିବା ପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି। ସାଧାରଣ ବର୍ଗଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ୨୮ ବର୍ଷ ଧାର୍ଯ୍ୟ ହୋଇଥିବାବେଳେ ଏସ୍‌ଇବିସି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମସ୍ତ ବର୍ଗର ମହିଳା ପ୍ରାର୍ଥୀଙ୍କ ପାଇଁ ୩୩ ବର୍ଷ ରଖାଯାଇଛି।ଆସନ୍ତା ୬ ତାରିଖରୁ ଆବେଦନ ଆରମ୍ଭ ହେବ। ୧୦ଦିନ ପର୍ଯ୍ୟନ୍ତ ଅର୍ଥାତ୍‌ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଓଡ଼ିଶା ପୁଲିସ୍‌ ୱେବସାଇଟ୍‌ odishapolice.gov.in ରେ ଅନ୍‌ଲାଇନ୍‌ରେ ଆବେଦନ ହେବ ବୋଲି ଓଡ଼ିଶା ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ ବୋର୍ଡ (ଓପିଆର୍‌ବି) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୧୭ ତାରିଖରେ ଏହି ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ମାର୍ଚ୍ଚ ୮ ଓ ୯ରେ ପ୍ରିଲିମିନାରୀ ପରୀକ୍ଷା ହେବାକୁ ସ୍ଥିର ହୋଇଥିବାବେଳେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହେବାରୁ ପରୀକ୍ଷାର ଦୁଇଦିନ ପୂର୍ବରୁ ବାତିଲ୍‌ କରାଯାଇଥିଲା। ସେହିପରି ବୟସସୀମା କୋହଳ କରିବାକୁ ବହୁ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜ୍ୟ ସରକାର ଏକକାଳୀନ ୩ ବର୍ଷ ପାଇଁ ବୟସ କୋହଳ କରିଛନ୍ତି।

  • Related Posts

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହାର ମାମଲାର ଶୁଣାଣି ଆଜି ଟ୍ରିବୁ୍ୟନାଲରେ ହେବାକୁ ଥିବାବେଳେ ତାହା ଏବେ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । ଉଭୟ…

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଶହେ କି ଦୁଇ ଶହ ନୁହେଁ ରାଜ୍ୟରେ ଅବସର…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’