
ଭୁବନେଶ୍ୱର : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଁ ଭେଟିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ । ବିଭିନ୍ନ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଦିଲ୍ଲୀପ ରାୟ କହିଛନ୍ତି ଯେ, ରାଉରକେଲାରେ ଗ୍ଲାସ ବ୍ରିଜ, ଝୁଲା ବ୍ରିଜ ଓ ରିଙ୍ଗ ନେଇ ମାନ୍ୟବର ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛି । ଦୁର୍ଗା ପୂଜା ସୁଦ୍ଧା ବ୍ରିଜ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଦିଲ୍ଲୀପ ରାୟ କହିଛନ୍ତି ଯେ, ଓଡ଼ିଶାର ବିକାଶମୂଳକ କାର୍ୟ୍ୟ ନେଇ ଆଲୋଚନା ହୋଇଛି । ଏହାପରେ ସାମ୍ବାଦିକମାନେ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭାକୁ ଯିବାକୁ ନେଇ ପ୍ରଶ୍ନ ପଚାରିଥିଲେ । ହେଲେ ଏହାକୁ ସେ ଏଡ଼ାଇ ଦେଇଥିଲେ । ଆଉ କହିଥିଲେ କି ଏପରି କିଛି ଚର୍ଚ୍ଚା ନାହିଁ ।