ପ୍ରୀତିରଂଜନଙ୍କ ନାଁରେ ମାମଲା

କଳିଙ୍ଗନଗର: ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରି ଆଡ଼ୁଆରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ନେତା ପ୍ରୀତିରଂଜନ ଘଡ଼େଇ। ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜଳିଦେବା ପାଇଁ ଧମକ ଦେବା, ୭ଘଣ୍ଟା ଧରି ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ଡାନିଙ୍କ ସମେତ ୨୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହାକୁ ନେଇ କଳିଙ୍ଗନଗର ଥାନାଧିକାରୀ ପ୍ରକାଶ କୁମାର ସାହୁ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି । ଗତକାଲି କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ-ଡ଼ୁବୁରୀ ରାସ୍ତାର ଟାଟା ପ୍ଲଟ-୨ ଜିନ୍ଦଲ କାରଖାନା ନିକଟରେ କାରଖାନା ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।
ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା, ପୁଲିସକୁ ଗାଳିଗୁଲଜ କରିବା ପରି ଅଭିଯୋଗରେ କେସ୍‌ ନଂ ୨୩୬/୨୫ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୬(ଏଫ୍‌), ୧୯୦, ୧୧୫(୨), ୩୫୧(୩), ୩୫୧(୨), ୨୯୬, ୪୯, ୧୨୬(୨), ୨୮୫, ୨୨୧, ୧୯୧(୨)ରେ ଏହି ମାମଲା ରୁଜୁ କରାଯାଇଛି ।

ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କ ସମେତ ମନୋରଂଜନ ହାଇବ୍ରୁ, ଟୁକୁ ସାହୁ, ସୁଦାମ ପହି, ସାଗର ଧୀର, ଜଟିଆ ପାତ୍ର, ମିନିଜା ପାତ୍ର, ବଣ୍ଟି ଖାଁ, ରାଜା ଖାଁ, ଜନ୍ମଜେୟ ଦେଓ, ସୋନୁ ମଲିକ, ପ୍ରଦୀପ ନାୟକ, ଆଝାର ଅହମ୍ମନ ଖାଁ, ମୋହନ ଦେହୁରୀ, ଅଶୋକ କୁମାର ଦାସ, ତୁଷାର ସାହୁ, ରଂଜନ ସାହୁ, ଭାଗିରଥୀ ବେହେରା, କାଶୀନାଥ ଭୂୟାଁ, ଅର୍ଜୁନ ପୂର୍ତ୍ତି, ଲକ୍ଷ୍ମୀଧର ଦାସ ପ୍ରମୁଖଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

  • Garvita Odia

    Related Posts

    କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି ମହିଳା ମୋର୍ଚ୍ଚା: କଂଗ୍ରେସ

    ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ୟାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି । ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି ।…

    ବିଜେଡି ଓ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ତରଫରୁ ନିନ୍ଦା

    ଭୁବନେଶ୍ୱର: ମହିଳା ସୁରକ୍ଷାକୁ ଆଳ କରି ଗତ କିଛି ଦିନ ହେଲା ଓଡିଶା ବନ୍ଦ, ଘେରାଓ, କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଉଭୟ ବିଜେଡି ଓ କଂଗ୍ରେସ ଦଳ କୁମ୍ଭୀର କାନ୍ଦଣା କାନ୍ଦିବାର ଦୃଶ୍ୟ ଓଡିଶାବାସୀ ଦେଖୁଛନ୍ତି । ଅନ୍ୟ ପଟେ ମହିଳା…

    Leave a Reply

    Your email address will not be published. Required fields are marked *

    You Missed

    ଭୂକମ୍ପରେ ଥରିଲା ରୁଷ

    ଭୂକମ୍ପରେ ଥରିଲା ରୁଷ

    ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

    ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯେ ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

    ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ  କୁହନ୍ତୁ ଯେ  ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ