ପ୍ରେମିକର ଗଳା କାଟିଦେଲା ପ୍ରେମିକା

କେନ୍ଦ୍ରାପଡ଼ା : ପ୍ରେମିକାର ନାରକୀୟ କାଣ୍ଡ । ବିଚ୍‌ ରାସ୍ତାରେ କାଟିଦେଲା ପ୍ରେମିକର ଗଳା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିଲା ପ୍ରେମିକ । ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ସଦର ଥାନା ଛଘରିଆ ଅଞ୍ଚଳରୁ ଆସିଛି ଏମିତି ଅଭାବନୀୟ ଘଟଣା । ପୋଲିସ ଘଟଣାରେ ଆରମ୍ଭ କରିଛି ଛାନ୍‌ଭିନ୍ ।
ମଙ୍ଗଳବାର ବିଳମ୍ବିତ ରାତିରେ ସତ୍ୟଜିତଙ୍କୁ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ସାଙ୍ଗରେ ନେଇ ଆସିଥିଲେ । କେହି କିଛି ଭାବିବା ପୂର୍ବରୁ ସାଙ୍ଗରେ ଥିବା ଯୁବତୀ ଜଣକ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ସହଯୋଗରେ ତାଙ୍କ ଗଳା କାଟି ଦେଇଥିଲେ । ପରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାଜପଥ ହଜାରି ଛକ ପାଖ ରାସ୍ତାରେ ସତ୍ୟଜିତଙ୍କୁ ଛାଡି ଫେରାର ହୋଇଯାଇଥିଲେ । ଗଳା କାଟିଥିବା ଯୁବତୀ ସତ୍ୟଜିତଙ୍କ ପ୍ରେମିକା ବୋଲି ପୋଲିସ ସନ୍ଦେହ କରୁଛି । ଏକ ଧାରୁଆ ଅସ୍ତ୍ରରେ ସତ୍ୟଜିତଙ୍କ ବେକ କଟାଯାଇଛି । ରାସ୍ତାରେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ସ୍ଥାନୀୟ ଲୋକ ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ । ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ତେବେ ପ୍ରେମିକା କାହିଁକି ତାଙ୍କ ଗଳା କାଟିଲା ? ଏଥିରେ ଆଉ କାହାର ସଂପୃକ୍ତି ରହିଛି ? ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି । ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଥିବା ଆଇଆଇସି କହିଛନ୍ତି ।

  • Garvita Odia

    Related Posts

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ଭୁବନେଶ୍ୱର ଭୁବନେଶ୍ୱରର ବିଜେଡି କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଭୃଣ ହତ୍ୟାର ଅଭିଯୋଗ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ଗତକାଲି ଏକ ମାମଲା ରୁଜୁ କରିଥିବାବେଳେ ଆଜି ତାଙ୍କର ଡାକ୍ତରୀ ମାଇନା କରିଛି…

    ବିଏମସି ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

    ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।ତାଙ୍କ ବିରୁଦ୍ଧରେ ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗୁରୁବାର ଭୁବନେଶ୍ୱର…

    Leave a Reply

    Your email address will not be published. Required fields are marked *

    You Missed

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

    ୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

    ପୁଣି ଅଦଳବଦଳ: ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ

    ପୁଣି  ଅଦଳବଦଳ: ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ

    ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ