
ତେଲକୋଇ: ବଜ୍ରପାତରେ ଚାଲିଗଲା ଶାଶୁ-ବୋହୂଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ବିଞ୍ଝବାହାଳ ଗାଁ ଉପର ସାହିର ରୁକ୍ମିଣୀ ନାଏକ ଓ ଲବଣି ନାଏକ । ଧାନ ତଳି ରୋଇବା ବେଳେ ବଜ୍ରପାତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ନିଜ ଧାନ ଜମିରେ ତଳି ରୋଇବା ପାଇଁ ଦୁଇ ଜଣ ମହିଳା ଯାଇଥିଲେ । ପ୍ରାୟ ଦିନ ୨ଟା ସମୟରେ ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥଲା । ଦୀର୍ଘ ସମୟ ଧରି ବଜ୍ରପାତ ହୋଇଥିଲା । ବଜ୍ରପାତ ଦେଖି ସେମାନେ ଜମିରୁ ବାହାରକୁ ବାହାରି ଆସିଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ଅନ୍ୟ ଧାନ ଜମିରେ ତଳି ରୋଉଥିବା ଲୋକେ ଆସି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।