
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ ନଳିତାପାଟିଆ ଗାଁରେ ଏକ ବନ୍ଦ କୋଠରୀ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ବୁଧବାର ସକାଳୁ ଗ୍ରାମବାସୀ ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ତହସିଲଦାରଙ୍କ ଉପସ୍ଥିତିରେ ଘର ଖୋଲାଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତ୍ୟୁର କାରଣ ଜଣାପଡିନାହିଁ।