ବନ କର୍ମଚାରୀଙ୍କୁ ଗୁଳିମାଡ଼: ୪ ଶିକାରୀ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଭିତରକୁ ବନ କର୍ନଚାରୀ ଏବଂ ଏସଟିପିଏଫ ଯାଇଥିବା ବେଳେ ଦୁଇ ରାଉଣ୍ଡ ଗୁଳିମାଡ଼ କଲେ ଶିକାରୀ । ବନ କର୍ମଚାରୀଙ୍କ ଫାଙ୍କା ଗୁଳି ଚାଳନାରେ ୪ ଶିକାରୀ ଗିରଫ ହୋଇଥିବା ବେଳେ ୨ ଜଣ ଫୋରାର ହୋଇଛନ୍ତି । ଗିରଫ ଶିକାରୀ ମାନେ ହେଲେ ଅଶ୍ୱକୁଟି ଗାଁର ଗାନସା ସିଂ, ବରଜୁ ସିଂ, ଗୁରା ସିଂ ବାଂକ୍ଷୀରା, କାର୍ତ୍ତିକ ସିଂ ବାଂକ୍ଷୀରା ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜର ମନଭଙ୍ଗା ବିଟ୍‌ରେ ଏଭଳି ଘଟଣା ଘଟିଛି ।
ରବିବାର ବିଳମ୍ବିତ ରାତିରେ ପୋଡ଼ାଡିହା ବନ ବିଭାଗ ଏବଂ ଏସ୍‌ଟିପିଏଫ୍‌ ମିଳିତ ଭାବେ ମନଭଙ୍ଗା ବିଟ୍‌ ଅଞ୍ଚଳରେ ଚଢାଉ କରିଥିଲେ । ଏହି ସମୟରେ ୬ ଜଣ ଶିକାରୀ ଜଙ୍ଗଲରେ ମଧ୍ୟରେ ରୋଷେଇ କରୁଥିବାର ଦେଖିଥିଲେ । ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଦୁଇ ରାଉଣ୍ଡ ଗୁଳିଚାଳନା କରି ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସଫଳ ହୋଇନଥିଲା । ଏସ୍‌ଟିପିଏଫ୍‌ ମଧ୍ୟ ଫାଙ୍କା ଗୁଳିଚାଳନା କରିଥିଲେ । ତେବେ ଘଟଣାସ୍ଥଳରେ ଜଣେ ଶିକାରୀ ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିବା ବେଳେ ୫ ଜଣ ଖସିଯାଇଥିଲେ । ଗିରଫ ଶିକାରୀଙ୍କୁ ପଚରାଉଚରା ପରେ ଅଶ୍ୱକୁଟି ଅଞ୍ଚଳରେ ଚଢାଉ ହୋଇଥିଲା । ଯେଉଁଠାରେ ଅନ୍ୟ ୩ ଜଣ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲରେ ଲୁଚାଇ ରଖିଥିବା ୩ ବନ୍ଧୁକ ଜବତ ହୋଇଥିଲା । ଏବେବି ୨ ଜଣ ଶିକାରୀ ଫେରାର ରହିଛନ୍ତି ।

  • Related Posts

    କୋଟିପତି ବୌଦ୍ଧ ଏମଭିଆଇ ଗିରଫ

    ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨…

    ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, 2 ଛାତ୍ର ଗିରଫ

    ବାଲେଶ୍ବର: ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ 2 ଗିରଫ । ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗତକାଲି(ରବିବାର) ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନେ ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ…

    Leave a Reply

    Your email address will not be published. Required fields are marked *

    You Missed

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ଏହା କହିଲେ ରାଜସ୍ୱ ମନ୍ତ୍ରୀ

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ଶହେଥର ଇସ୍ତଫା ଦେବାକୁ ପ୍ରସ୍ତୁତ: ପ୍ରଭାତୀ ପରିଡ଼ା

    ୭ରେ ପୁରୀ ବିଜେଡିର ହରତାଳ

    ୭ରେ ପୁରୀ ବିଜେଡିର ହରତାଳ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ ମୃତ

    ବିଦ୍ୟୁତ ସଂସ୍ପର୍ଶରେ ଆସି ୫ କାଉଡ଼ିଆ  ମୃତ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

    ୩୭ ଔଷଧ ଦାମ୍‌ ୧୫% କମିଲା

    ୩୭ ଔଷଧ ଦାମ୍‌ ୧୫% କମିଲା