ବାୟୁସେନାରୁ ଅବସର ନେବ ମିଗ୍-୨୧

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଦୀର୍ଘ ୬ ଦଶନ୍ଧି (୬୨ ବର୍ଷ) ଧରି ସେବା ଯୋଗାଇ ଦେଇ ଆସୁଥିବା ମିଗ୍-୨୧ ଯୁଦ୍ଧବିମାନକୁ ଅବସର ଦିଆଯିବ। ଏହି ଯୁଦ୍ଧ ବିମାନକୁ ଅବସର ଦେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ ଏୟାରବେସ୍‌ ଏକ ବିଦାୟକାଳୀନ ଉତ୍ସବର ଆୟୋଜନ କରାଯିବ। ମିଗ୍-୨୧କୁ ନେଇ ଗଠିତ ବାୟୁସେନାର ବାହିନୀ ନାମ ହେଉଛି ପାନ୍ଥର ସ୍କ୍ବାର୍ଡନ ବା ସ୍କ୍ବାର୍ଡନ ନମ୍ବର ୨୩। ଏହା ବାୟୁସେନାର ପ୍ରଥମ ସୁପରସୋନିକ୍ ଜେଟ୍ ଥିଲା। ୧୯୬୦ ଓ ୭୦ ଦଶକରେ ଏହା ବାୟୁସେନାର ମୁଖ୍ୟ ଆୟୁଧ ବିବେଚିତ ହେଉଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୁଦ୍ଧବିମାନ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାକୁ ‘ଉଡନ୍ତା କଫିନ’ ଭାବରେ ନାମିତ କରାଯାଇଥିଲା। ୧୯୬୫ ପାକିସ୍ତାନ ବିରୋଧୀ ଯୁଦ୍ଧ, ୧୯୭୧ ବାଂଲା​‌େ​‌ଦଶ ସ୍ବାଧୀନତା ଯୁଦ୍ଧ ଓ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ମିଗ୍-୨୧ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ଏପରି କି ଅପରେସନ ସିନ୍ଦୂର ସମୟରେ ମଧ୍ୟ ମିଗ୍-୨୧କୁ ସଜାଗ ରଖାଯାଇଥିଲା। ସ୍କ୍ବାର୍ଡନ ନମ୍ବର ୨୩ର ଅବସର ପରେ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ସଂଖ୍ୟା ୨୯କୁ ହ୍ରାସ ପାଇବ।

  • Garvita Odia

    Related Posts

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ନୂଆଦିଲ୍ଲୀ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଏକାଧିକ ଠିକଣାରେ ଗୁରୁବାର ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ୩୦୦୦ କୋଟି ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ମୁମ୍ବଇସ୍ଥିତ ଅନିଲ ଅମ୍ବାନୀଙ୍କ ପ୍ରାୟ ୫୦ଟି ଠିକଣାରେ ଇଡି ଚଢାଉ କରିଛି। ଭାରତୀୟ ଷ୍ଟେଟ୍…

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ନୂଆଦିଲ୍ଲୀ: ଭାରତୀୟ ନାଗରିକ ବିନା ଭିସାରେ ୫୯ଟି ଦେଶକୁ ଯାଇପାରିବେ। ମଙ୍ଗଳବାର ପ୍ରକାଶିତ ପାର୍ସପୋର୍ଟ ଇଣ୍ଡେକ୍ସରେ ଏ ନେଇ ସୂଚନା ଦିଆଯାଇଛି। ବିଶ୍ୱ ପାସପୋର୍ଟ ରାଙ୍କିଙ୍ଗ୍‌‌ରେ ଭାରତ ୭୭ତମ ସ୍ଥାନରେ ରହିଛି। ବିଶ୍ବର ବିଭିନ୍ନ ଦେଶର ପାସପୋର୍ଟର ଭିସା- ଫ୍ରି ଯାତ୍ରା…

    Leave a Reply

    Your email address will not be published. Required fields are marked *

    You Missed

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ଅକଳରେ ଅମରେଶ ଜେନା, କାହିଁକି ଜାଣନ୍ତୁ

    ୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

    ୪୯୮୨.୬୬ କୋଟିର ୨୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଂଜୁରୀ

    ପୁଣି ଅଦଳବଦଳ: ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ

    ପୁଣି  ଅଦଳବଦଳ: ୧୩ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ଅନିଲ ଅମ୍ବାନୀଙ୍କ ୫୦ ଠିକଣାରେ ଇଡି ଚଢାଉ

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ବିନା ଭିସାରେ ୫୯ ଦେଶକୁ ଯାଇପାରିବେ ଭାରତୀୟ

    ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ

    ଦେଶରେ ଓଡ଼ିଶା ନିନ୍ଦିତ ହେଲାଣି:ପ୍ରଦୀପ ମାଝୀ