ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଉଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସରକାର ଠିଆ ହୋଇଛନ୍ତି। ଏଥି ପାଇଁ ପୀଡ଼ିତାଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ମଧ୍ୟ ଦେଇଛନ୍ତି।
ଆଜି ଯେତେବେଳେ ଏହି ଘଟଣାକୁ ନେଇ ବିଜେଡି ଆନ୍ଦୋଳନ କରୁଥିଲା, ସେହି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା। ଆଜିର ଆନ୍ଦୋଳନରୁ ସେମାନେ ଯେଉଁ ଆଶା କରୁଥିଲେ, ତାହା ପାଇ ପାରି ନାହାନ୍ତି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କହି ବିଜେଡି କର୍ମୀମାନେ ୨ଟି ବେରିକେଡ଼ି ଭାଙ୍ଗିଥିଲେ। ପ୍ରଶାସନ ତାର କର୍ତ୍ତବ୍ୟ ଠିକ ଭାବେ ତୁଲାଇଛି। ବିଜେଡିର ବିଶୃଙ୍ଖଳା ଉଦ୍ୟମକୁ ପ୍ରଶାସନ ଅଟକାଇଥିଲା। ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ ବୁଧବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳୀରେ ଏହା କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ଓଡ଼ିଶା ସରକାର ମହିଳାଙ୍କ ପ୍ରତି ସମର୍ପିତ ଥିବା ସରକାର। ମହିଳାଙ୍କ ପ୍ରତି କୌଣସି ପ୍ରକାରର ହିଂସା ହୁଏ, ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ଓଡ଼ିଶା ସରକାର ମହିଳାଙ୍କ ସହିତ ଠିଆ ହୋଇଛନ୍ତି। କାରଣ ଆମ ଶାସ୍ତ୍ର କହୁଛି, ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଭଗବାନ ଆବିର୍ଭାବ ହୋଇଥାନ୍ତି। ନାରୀ ସମାଜ ପ୍ରତି ସରକାରଙ୍କ ସହଯୋଗ ଅଛି। ମହିଳାଙ୍କ ସୁରକ୍ଷା, ଆର୍ଥିକ ସ୍ଥିତ ସୁଦୃଢ଼ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଭବିଷ୍ୟତରେ ଯଦି କେହି ନାରୀ ସମାଜ ପ୍ରତି କୌଣସି ପ୍ରକାର ଅପମାନଜନକ ଦିଅନ୍ତି, କାର୍ୟ୍ୟାନୁଷ୍ଠାନ ନିଆଯିବ। ବିରୋଧୀମାନେ ମଧ୍ୟ ଏହି ମହାନ କାମରେ ସହଯୋଗ କରନ୍ତୁ।

  • Garvita Odia

    Related Posts

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା

    ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ, ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଥିବା ଲୋକସେବା ଭବନ ଘେରାଉ କାର୍ୟ୍ୟକ୍ରମ ଉପରେ ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡି ଦୃଢ଼ ନିନ୍ଦା କରିବ ସହିତ ରାଜ୍ୟ ବିଜେପି…

    ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା

    ବାଲେଶ୍ୱର: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ଏବେ ଜାତୀୟସ୍ତରର ଖବର ପାଲଟିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୃତ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେନା ଜଣାଇଛନ୍ତି ।…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ଟ୍ବିନ୍ ସିଟିରେ ପିକେଟିଂ

    ଟ୍ବିନ୍ ସିଟିରେ  ପିକେଟିଂ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ

    ରାନ୍ୟା ରାଓଙ୍କୁ  ଏକ ବର୍ଷ ଜେଲ୍ ଦଣ୍ଡ

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା