ନୂଆଦିଲ୍ଲୀ,04/09: ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ ସଙ୍କେତ ଦେଇଛି। ୨୦୧୮ରେ ହୋଇଥିବା ୩୯,୦୦୦ କୋଟି ଟଙ୍କାର ଚୁକ୍ତି ଅନୁଯାୟୀ ମୋଟ ୫ଟି ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରୁ ୩ଟି ୨୦୨୧-୨୦୨୩ ମଧ୍ୟରେ ଭାରତ ହାସଲ କରିଥିଲା। ଅବଶିଷ୍ଟ ୨ଟି ସିଷ୍ଟମ୍ ୨୦୨୬-୨୦୨୭ରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଅଧିକ ଏସ୍-୪୦୦ ଉପଲବ୍ଧ କରାଇବା ପାଇଁ ରୁଷ୍ ସହ ଚର୍ଚ୍ଚା ସଫଳ ହୋଇଥିବାରୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ଏସ୍-୪୦୦ ହେଉଛି ବିଶ୍ୱର ଅତ୍ୟାଧୁନିକ ମିସାଇଲ ସିଷ୍ଟମ, ଯାହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଫାଇଟର ଜେଟ୍, ଡ୍ରୋନ୍, କ୍ରୁଜ୍ ଏବଂ ବାଲିଷ୍ଟିକ ମିସାଇଲକୁ ଧ୍ୱଂସ କରିପାରେ। ଏହା ୬୦୦ କିଲୋମିଟର ଦୂରରୁ ଶତ୍ରୁକୁ ଚିହ୍ନଟ କରି ୧୦୦ରୁ ଅଧିକ ଟାର୍ଗେଟ୍ ଠାବ କରିପାରିବ। ଏହା ପାକିସ୍ତାନ ଏବଂ ଚୀନ୍ ବିରୋଧରେ ଏକ ଅଭେଦ୍ୟ କବଚ ସୃଷ୍ଟି କରିଛି।
ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର
ଭୁବନେଶ୍ବର,04/09: ନୂଆଦିଲ୍ଲୀରେ ଅନୁଷ୍ଠିତ ସେମିକନ୍ ଇଣ୍ଡିଆ ୨୦୨୫ରେ ରାଜ୍ୟ ସରକାର ୨୬୫୫ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଟପ୍ଟ୍ରାକ୍ ହାଇ-ଟେକ୍ ପିସିବି ପ୍ରାଇଭେଟ୍ ଲିମିଟେଡ୍ ସହ ୧୦୦୫ କୋଟି ଟଙ୍କାର…