ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଟ୍ରମ୍ପଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ: ଅର୍ଥନୀତିଜ୍ଞ ରିଚାର୍ଡ ୱୋଲ୍ଫ

ନୂଆଦିଲ୍ଲୀ,29।08: ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଶୁଳ୍କ କାର୍ଯ୍ୟକାରୀ ହୋଇଛି। ଏହାକୁ ଦେଖି ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ୱୋଲ୍ଫ ଆମେରିକାର ଅର୍ଥନୈତିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆମେରିକା, ଭାରତ ବିରୋଧରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କିନ୍ତୁ ବାସ୍ତବରେ ଏହା ନିଜ ପାଦରେ ନିଜେ କୁରାଢ଼ୀ ମାରିବା ଭଳି। କାରଣ ଆମେରିକାର ଏହି ପଦକ୍ଷେପ ବ୍ରିକ୍ସକୁ ପାଶ୍ଚାତ୍ୟ ଦେଶ ପାଇଁ ଏକ ଅର୍ଥନୈତିକ ବିକଳ୍ପ ଭାବରେ ଉଭା ହେବା ପାଇଁ ପ୍ରେରଣା ଦେଇଛି। ଟ୍ରମ୍ପ ଭାରତକୁ, ରୁଷଠାରୁ ଦୂରେଇ ରହିବାକୁ ଚାପ ପକାଇଥିଲେ, କିନ୍ତୁ ଭାରତ ତାହା କରିନଥିଲା। ଭାରତ କାହିଁକି ବି ତାହା କରିବ? କାରଣ କିଏ କାହାଠାରୁ ତେଲ କିଣିବ ତାହାର ନିଷ୍ପତ୍ତି ନେବାର ଅଧିକାର ଆମେରିକାର ନାହିଁ। ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱର ସବୁଠାରୁ ବଡ଼ ଦେଶ। ଯଦି ଆମେରିକା ଭାରତ ପାଇଁ ତା’ର ଦ୍ୱାର ବନ୍ଦ କରିଦିଏ, ତେବେ ଭାରତ ତା’ର ଜିନିଷ ବିକ୍ରି କରିବା ପାଇଁ ଅନ୍ୟ ସ୍ଥାନକୁ ଯିବ ଏବଂ ଏହି ପଦକ୍ଷେପ ବ୍ରିକ୍ସ ଦେଶଗୁଡ଼ିକୁ ଆହୁରି ମଜବୁତ କରିବ।” ସେ ଆହୁରି କହିଛନ୍ତି ଯେ, “ଟ୍ରମ୍ପଙ୍କ ଏହି ପଦକ୍ଷେପ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଥିବା ପରି ମନେ ହେଉଛି। କାରଣ ଭାରତ ଜନସଂଖ୍ୟା ଏବଂ ଆର୍ଥିକ ବିକାଶ ଦୃଷ୍ଟିରୁ ଏକ ଶକ୍ତିଶାଳୀ ଦେଶ, ଯାହା ଏପରି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଯେପରି ରୁଷ ତା’ର ତେଲ କିଣିବା ଏବଂ ବିକ୍ରି କରିବା ପାଇଁ ଆଉ ଏକ ସ୍ଥାନ ପାଇଯାଇଛି, ସେହିପରି ଭାରତ ମଧ୍ୟ ଏବେ ତା’ର ରପ୍ତାନି ଆମେରିକାକୁ ନୁହେଁ ବରଂ ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକୁ କରିବ।” ଉଲ୍ଲେଖଯୋଗ୍ୟ, ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ବ୍ରାଜିଲ, ରୁଷ, ଭାରତ, ଚୀନ୍, ଦକ୍ଷିଣ ଆଫ୍ରିକା, ମିଶର, ଇଥିଓପିଆ, ଇଣ୍ଡୋନେସିଆ, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

  • Related Posts

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଆଫଗାନିସ୍ତାନ: ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ…

    Continue reading
    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ

    ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦୦ରୁ ଅଧିକ ଆହତ ହୋଇଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫କୁ ବଢିଲା

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଆଫଗାନ ଭୂକମ୍ପ ପୀଡ଼ିତଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ଏଥର ଦୁର୍ଗା ପୂଜାରେ ବାଜିବନି ଡିଜେ, ଫୁଟିବନି ଆତସବାଜି

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

    ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ

    ଆଫଗାନିସ୍ତାନରେ ବଡ଼ ଭୂମିକମ୍ପ: ୮୦୦ ମୃତ, ୨୫୦୦ରୁ ଊର୍ଦ୍ଧ୍ବ ଆହତ