ଭୁବନେଶ୍ୱର: କମିଶନରେଟ ପୁଲିସ ପକ୍ଷରୁ ବୁଧବାର ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମଦ ପିଇ ହୋଲି ଖେଳିଲେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଏଥିସହ ଜାରି ଗାଇଡଲାଇନରେ କୁହାଯାଇଛି ଯେ ମଦ୍ୟପାନ କରି କୌଣସି ନଦୀ, ପୋଖରରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁୟତନ ହୋଇ ରହିବେ । ସବୁ ଗାଧୁଆ ଘାଟରେ ପୁଲିସ ସହ ଅଗ୍ନଶମ କର୍ମଚାରୀ ରହିବେ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ପିସିଆର ଉଠାଇ ନେବ । କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ ରଙ୍ଗକୁ ବାରଣ କରାଯାଇଛି ।
ନିଆଁ ଲାଗି ମହିଳା ମୃତ
ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରଥୀପୁର ଗାଁରେ ଅଘଟଣ । ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ ବୋଲି ଜଣାପଡିଛି । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍…