ମହାକୁମ୍ଭ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଆଗାମୀ ମହାକୁମ୍ଭ ମେଳା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର-ତୁଣ୍ଡଲାଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ଼-ବୋକାରୋ-ଗୟା- ପ୍ରୟାଗରାଜ ଦେଇ ଗଡ଼ିବ । ଏହି ଟ୍ରେନ୍‌ ଆସନ୍ତା ଜାନୁୟାରୀ ମାସ ୧, ୮, ୨୨ ତାରିଖ ଓ ଫେବ୍ରୁଆରୀ ୫, ୧୯, ୨୬ ତାରିଖରେ ଭୁବନେଶ୍ୱର ଠାରୁ ମଧ୍ୟାହ୍ନ ସାଢ଼େ ୧୨ଟାରେ ଛାଡ଼ି କେନ୍ଦୁଝରଗଡ଼ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ଏହି ଟ୍ରେନ୍‌ ପ୍ରୟାଗରାଜ ଷ୍ଟେସନଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।

ସେହିପରି ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ଭୁବନେଶ୍ୱରଭଦ୍ରକ-ଗୟା-ପ୍ରୟାଗରାଜ ଦେଇ ଜାନୁଆରୀ ମାସ ୬ ଓ ୨୦ ତାରିଖ ଓ ଫେବ୍ରୁଆରୀ ମାସ ୧୭ ତାରିଖରେ ପୁରୀ ଠାରୁ ମଧ୍ୟାହ୍ନ ସାଢେ ୧୨ଟାରେ ଛାଡ଼ି ଭୁବନେଶ୍ୱର-ଭଦ୍ରକ-ଗୟା- ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍‌ ପ୍ରୟାଗରାଜ ଷ୍ଟେସନଠାରେ ରହିବ । ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୯, ୧୬, ୨୩ ତାରିଖ ଓ ଫେବ୍ରୁୟାରୀ ୬, ୨୦, ୨୭ରେ ଟିଟିଲାଗଡ଼ ଠାରୁ ମଧ୍ୟାହ୍ଣ ସାଢେ୧୨ଟାରେ ଛାଡି ସମ୍ବଲପୁରଝାରସୁଗୁଡା-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ(ଡିଡିୟୁ)-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ବିଶାଖାପାଟନମ୍‌-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍‌ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୯, ୧୬, ୨୩ ତାରିଖ ଓ ଫେବ୍ରୁଆରୀ ମାସ ୬, ୨୦, ୨୭ ତାରିଖରେ ବିଶାଖାପାଟନମ୍‌ ଠାରୁ ଅପରାହ୍ନ ୫.୩୫ମି.ରେ ଛାଡି ରାୟଗଡ଼ା-ଟିଟିଲାଗଡ଼-ରାୟପୁରକଟନୀ ମାର୍ଗ ଦେଇ ପ୍ରୟାଗରାଜ ଯିବ ।

ଏଥିସହ ବିଶାଖାପାଟନମ୍‌ଗୋରଖପୁର-ବିଶାଖାପାଟନମ୍‌ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୫ ଓ ୧୯ ଏବଂ ଫେବ୍ରୁଆରୀ ୧୬ ତାରିଖରେ ବିଶାଖାପଟନମ୍‌ ଠାରୁ ରାତ୍ରି ୧୦ଘ.୨୦ମି.ରେ ଛାଡ଼ି ଭୁବନେଶ୍ୱର- ଅନୁଗୁଳ-ସମ୍ବଲପୁର ସିଟିଝାରସୁଗୁଡ଼ା ମାର୍ଗ ଦେଇ ପ୍ରୟାଗରାଜ ଷ୍ଟେସନ ଠାରେ ରହିବ । ଏହି ଟ୍ରେନ୍‌ର କାର୍ୟ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ବନ୍ଧୀୟ ସୂଚନା ବିଷୟରେ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍‌ ପରିଦର୍ଶନ କରିବାକୁ କିମ୍ବା ଷ୍ଟେସନ ମାନଙ୍କ ଠାରେ ଉପଲବ୍ଧ ସୂଚନା କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

  • Related Posts

    CM Launches Odisha Marine Biotechnology Research & Innovation Corridor

    Ground-breaking Marine Biotech Initiative to Make Odisha a Leader in Blue Economy- CM Bhubaneswar: Chief Minister Shri Mohan Charan Majhi today launched the Odisha Marine Biotechnology Research & Innovation Corridor…

    Continue reading
    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ ଅଧାପାନ୍ତରିଆ କାମ ଫଳରେ ଭକ୍ତମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ