ଭାରତୀୟ ତଟରକ୍ଷୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଆଣ୍ଡାମାନରୁ ୫ ଟନର ଡ୍ରଗ୍ସ ଜବତ କରିଛନ୍ତି ତଟରକ୍ଷୀ ବାହିନୀ। ଏକ ମାଛଧରା ଡଙ୍ଗାରେ ଚାଲାଣ ବେଳେ ହୋଇଥିଲା ଚଢାଉ। ଆଜି ଆଣ୍ଡାମାନ ଦ୍ୱୀପ ନିକଟରେ ଲାଗିଥିବା ବୋଟ୍ ଓ ଜାହାଜର ତଲାସୀ କରିଥିଲେ ତଟରକ୍ଷୀ ବାହିନୀ। ଏହି ସମୟରେ ଏକ ମାଛଧରା ଡଙ୍ଗାରୁ ଡ୍ରଗ୍ସ ମିଳିଥିଲା। ଏହାପରେ ସମ୍ପୂର୍ଣ୍ଣ ତଦନ୍ତ ହେବା ପରେ ଏଥିରୁ ପାଖାପାଖି ୫ ଟନର ଡ୍ରଗ୍ସ ମିଳିଛି।
ଏନେଇ ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ତଟରକ୍ଷୀ ବାହିନୀ ଦ୍ୱାରା ଜବତ ହୋଇଥିବା ଡ୍ରଗ୍ସ ରାକେଟର ଏହା ସବୁଠାରୁ ବଡ଼ ମାମଲା, ପୂର୍ବରୁ ତଟରକ୍ଷୀ ବାହିନୀଙ୍କ ପକ୍ଷରୁ ଏତେ ପରିମାଣର ଡ୍ରଗ୍ସ ଜବତ କରାଯାଇ ନ ଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।
ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍ ସଫଳ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି…