ମାଲେଗାଓଁ ବିସ୍ଫୋରଣ: ସମସ୍ତେ ନିର୍ଦ୍ଦୋଷ

ମୁମ୍ବାଇ: ମାଲେଗାଓଁ ବିସ୍ଫୋରଣ ମାମଲାରେ ୧୭ ବର୍ଷ ପରେ ଆସିଲା ରାୟ । ମାମଲାର ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ । ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ କହିଲେ କୋର୍ଟ । ମାଲେଗାଓଁ ମାମଲାରେ ରାୟ ଶୁଣାଇଲେ ସ୍ବତନ୍ତ୍ର ଏନଆଇଏ କୋର୍ଟ ।
ତେବେ ଏହି ରାୟ ସହ ମାଲେଗାଓଁ ବିସ୍ଫୋରଣ ମାମଲାରେ ସ୍ବାଧୀ ପ୍ରଜ୍ଞା ଠାକୁର, କର୍ଣ୍ଣେଲ ପୁରୋହିତଙ୍କ ସମେତ ୭ ଅଭିଯୁକ୍ତ ଦୋଷମୁକ୍ତ । କୋର୍ଟ କହିଲେ- କର୍ଣ୍ଣେଲ ବୋମା ଆଣିଥିବା ନେଇ ପ୍ରମାଣ ନାହିଁ । ସେ ବାଇକରେ ବୋମା ଲଗାଇଥିବାର କୌଣସି ପ୍ରମାଣ ନାହିଁ । କୌଣସି ବି ପ୍ରମାଣ ବିଶ୍ବସନୀୟ ନୁହେଁ । ଘଟଣାସ୍ଥଳରେ ବ୍ୟାରିକେଡ୍ କରାଯାଇନଥିଲା ତେଣୁ କୌଣସି ନିଷ୍କର୍ସ ବାହାରି ପାରିଲାନି । ବାଇକର ଚେଚିସ୍ ନମ୍ବର ଉଡାଇ ଦିଆଯାଇଥିଲା ଯାହାକୁ ରିଷ୍ଟୋର କରାଯାଇପାରିଲା ନାହିଁ । ତେଣୁ ଏହା କୁହାଯାଇ ନପାରେ କି ତାହା ସ୍ବାଧୀ ପ୍ରଜ୍ଞାଙ୍କ ବାଇକ ବୋଲି । କୋର୍ଟଙ୍କ ଠାରୁ କ୍ଲିନ୍ ଚିଟ୍ ମିଳିବା ପରେ ଆଶ୍ବସ୍ତ ହୋଇଛନ୍ତି ସମସ୍ତ ଅଭିଯୁକ୍ତ। ତେବେ ୨୯ ସେପ୍ଟେମ୍ବର ୨୦୦୮ରେ ହୋଇଥିଲା ମାଲେଗାଓଁ ବିସ୍ଫୋରଣ । ମହାରାଷ୍ଟ୍ର ମାଲେଗାଓଁର ଭିକୁ ଚୌକରେ ହୋଇଥିଲା ବିସ୍ଫୋରଣ । ବାଇକରେ ବୋମା ରଖି କରାଯାଇଥିଲା ବିସ୍ଫୋରଣ । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧ ଜଣ ଆହତ ହୋଇଥିଲେ ।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ