ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

ସୋନପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ସୁବର୍ଣ୍ଣପୁରଠାରେ ପ୍ରାୟ ୩୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବା ବେଳେ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁ ନିର୍ମାଣ, ସ୍ବାସ୍ଥ୍ୟସେବା ପ୍ରକଳ୍ପ, ମେଗା ଉଠାଜଳସେଚନ ପ୍ରକଳ୍ପ ଓ ଛାତ୍ରାବାସ ଆଦି ରହିଛି। ଏପରିକି ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲାରେ ୪ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ଘୋଷଣା କରିଥିଲେ। ମହାନଦୀ ଉପରେ ଗୋଧନେଶ୍ବର, ଖଇରମାଳ, ଉଲୁଣ୍ଡା ହରିହର ଯୋର ଓ ବୀରମହାରାଜପୁରର ସୁରୁବାଲି ଯୋରରେ ନିର୍ମାଣ ହେବ।

ସହରସ୍ଥିତ ରାମେଶ୍ୱର ଷ୍ଟାଡିୟମରେ ଆୟୋଜିତ ଜନ ସମାବେଶରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଜୁହାରରୁ ଭାଷଣ ଆରମ୍ଭ କରି ଜିଲାର ଇଷ୍ଟଦେବୀ ସୁରେଶ୍ୱରୀ, ଇଷ୍ଟଦେବ ସୁବର୍ଣ୍ଣମେରୁ ଓ ପାତାଳି ଶ୍ରୀକ୍ଷେତ୍ରର ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆ ସରକାର ଆସିବା ପରେ ଲୋକଙ୍କ ବ୍ୟଥାକୁ ଶୁଣିବା ଓ ତା’ର ସମାଧାନ କରିବା ପାଇଁ ଉଦ୍ୟମ ଜାରି ରହିଛି। ଚାଷୀଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ଧାନ କୁଇଣ୍ଟାଲ ପ୍ରତି ୩୧୦୦ଟଙ୍କା କରାଯାଇଛି। ପିଏମ୍‌ କିଶାନ ଓ ସିଏମ୍‌ କିଶାନରେ ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି। ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ହେଲେ ଚାଷୀ କିଭଳି କ୍ଷତିପୂରଣ ପାଇବେ ଆମ ସରକାର ସେ ବ୍ୟବସ୍ଥା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଆମେ ପ୍ରତିଶ୍ରୁତି ଦେଇଥିବା ୨୧ଟି କାର୍ୟ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ୟ୍ୟକାରୀ କରିଛୁ। ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପରେ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। ସନ୍ଥକବି ଭୀମ ଭୋଇଙ୍କ ସିଦ୍ଧି ଓ ସାଧନା ପାଇଁ ଏବଂ ଏଠାରେ ଜଗନ୍ନାଥ ପାତାଳି ହୋଇଥିବାରୁ ଏହି ମାଟି ପବିତ୍ର ହୋଇଛି। ଆଗାମୀ ଦିନରେ ଜିଲାକୁ ସୁନାରେ ପରିଣତ କରାଯିବ। ଜିଲାର ବିକାଶ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ।

ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଅପରେଶନ ସିନ୍ଦୂର, ଓଡ଼ିଶାରେ ରେଳପଥ ଓ ଜାତୀୟ ରାଜପଥର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲାପାଳ ଅନ୍ୟା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଦେଶ ଓ ସହାୟତା ବଣ୍ଟନ କରିଥିଲେ।

  • Related Posts

    ଆଜି ମିଳିବ ‘ସୁଭଦ୍ରା’ ଟଙ୍କା

    କୋରାପୁଟ : ରାକ୍ଷୀରେ ମିଳିବ ସୁଭଦ୍ରା କିସ୍ତି । ଶନିବାର ଦିନ ମାନେ ଅଗଷ୍ଟ ୯ ତାରିଖରେ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି । କୋରାପୁଟ କୋଟିଆରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ…

    ୪୪ ହଜାର ଶିକ୍ଷକ ପଦବୀ ପୂରଣ ନିଷ୍ପତ୍ତି ପ୍ରତ୍ୟାହାର

    ଭୁବନେଶ୍ଵର:ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ୪୪ ହଜାର ଶିକ୍ଷକ ପଦବୀ ପୂରଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ଏହାସହ ପ୍ରାଥମିକ ଶିକ୍ଷାରୁ ସ୍କିମାଟିକ୍‌(ଯୋଜନାଭିତ୍ତିକ) ପ୍ରଥା ଉଠାଇ ନିୟମିତ ଶିକ୍ଷକ ନିଯୁକ୍ତି, ପ୍ରାଥମିକ ଶିକ୍ଷକଙ୍କ ଚୁକ୍ତି କାର୍ଯ୍ୟକାଳକୁ ନୋସନାଲ…

    Leave a Reply

    Your email address will not be published. Required fields are marked *

    You Missed

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ଆତଙ୍କୀଙ୍କ ସହ ଗୁଳିବିନିମୟରେ ୨ ଯବାନ ଶହୀଦ

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍‌

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମେରିଟ୍ ଯୋଜନା କାର୍ୟ୍ୟକାରୀକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨  ମୃତ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଦୁଇଦିନିଆ ଗଞ୍ଜାମ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

    ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ  ସୁଭଦ୍ରା