ମୁଖ୍ୟମନ୍ତ୍ରୀଙ୍କୁ ଉପବାଚସ୍ପତିଙ୍କ ପ୍ରସ୍ତାବ: ଓଡିଶାରେ ଆସୁ ୟୁପି ଷ୍ଟାଇଲ ଆଇନ

ଭୁବନେଶ୍ବର: ଓଡ଼ିଶାରେ ଆସୁ ଉତ୍ତରପ୍ରଦେଶ ଭଳି ଆଇନ । ଅପରାଧୀଙ୍କୁ ସାବାଡ଼ କରିବା ଲାଗି ପଦକ୍ଷପ ନିଅନ୍ତୁ ସରକାର । ରାଜ୍ୟରେ ବଢି ବଢି ଚାଲିଛି ସଂଗଠିତ ଅପରାଧ । ନାରୀ ବିରୋଧୀ ଅପରାଧ ମଧ୍ୟ ସୀମା ଟପିଲାଣି । ପ୍ରତ୍ୟେକ ଦିନ ଅପରାଧ ଓ ଅପରାଧୀ ନୂଆ ରୂପରେ ଆସୁଛନ୍ତି । ନାକେ ଦମ ହେଲେଣି ସରକାର ଓ ପ୍ରଶାସନ । ତେଣୁ ଅପରାଧୀଙ୍କୁ ଦମନ କରିବା ଲାଗି ଓଡିଶାରେ ଆବଶ୍ୟକ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ନିରୋଧ ଭଳି ଆଇନ । ଏନେଇ ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଦାବି ଜଣାଇଛନ୍ତି ।ରାଜ୍ୟରେ ବଢି ଚାଲିଛି ସଂଗଠିତ ଅପରାଧ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଏହି ମର୍ମରେ ଉପବାଚସ୍ପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ୪ ଫର୍ଦ୍ଦ ଯୁକ୍ତ ଚିଠି ପ୍ରଦାନ କରିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ଉପବାଚସ୍ପତି ଚିଠିରେ ଦେଇଥିବା ପ୍ରସ୍ତାବ ଅନୁସାରେ, ଓଡ଼ିଶାରେ ସଂଗଠିତ ଅପରାଧ ଏବଂ ଅସାମାଜିକ କାର୍ୟ୍ୟକଳାପକୁ ରୋକିବା ପାଇଁ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନ ଭଳି ଓଡ଼ିଶା ଗ୍ୟାଙ୍ଗଷ୍ଟର ଏବଂ ଅସାମାଜିକ କାର୍ୟ୍ୟକଳାପ ନିବାରଣ ଆଇନ ପ୍ରଣୟନ ଆବଶ୍ୟକ ରହିଛି । କାରଣ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସଂଗଠିତ ଅପରାଧ, ଅପରାଧିକ କାର୍ୟ୍ୟକଳାପ ଓ ଗ୍ୟାଙ୍ଗ ପରିଚାଳିତ ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜମି ହଡ଼ପ, ଚାନ୍ଦା ଆଦାୟ, ସୁପାରି ହତ୍ୟା, ବେଆଇନ ଖଣି କାରବାର, ନିଶାଦ୍ରବ୍ୟ ଚାଲାଣ ଏବଂ ସମନ୍ୱିତ ଅପରାଧୀ ସିଣ୍ଡିକେଟ ଭଳି ଘଟଣା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରକ୍ରିୟାଗତ ବିଳମ୍ବ ଏବଂ ଆଇନର ଗଳାବାଟ ଦେଇ ଖସିଯିବାର ସୁଯୋଗ ନେଇ ଅପରାଧୀମାନେ ଏସବୁ କାର୍ୟ୍ୟ ଘଟାଇ ଚାଲିଛନ୍ତି । ଏହି ଭଳି ବିପଦର ମୁକାବିଲା ଏବଂ ଜନସାଧାରଣଙ୍କ ଜୀବନ ଜୀବିକା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରପ୍ରଦେଶ ଢାଞ୍ଚାରେ ସ୍ୱତନ୍ତ୍ର ଆଇନ ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭବ ହେଉଛି । ଏହି ଆଇନ ପ୍ରଣୟନ ହେଲେ ସଂଗଠିତ ଅପରାଧୀ ଗୋଷ୍ଠୀ ଗଠନ ଏବଂ କାର୍ୟ୍ୟକୁ ରୋକା ଯାଇପାରିବ । ଗ୍ୟାଙ୍ଗ ନେତା ଏବଂ ସଦସ୍ୟଙ୍କ ଉପରେ ପ୍ରଭାବଶାଳୀ ଦଣ୍ଡବିଧାନ ଏବଂ ପ୍ରତିରୋଧ ସୁନିଶ୍ଚିତ କରିହେବ । ଆଇନଗତ ଢାଞ୍ଚା ମାଧ୍ୟମରେ ସାର୍ବଜନୀନ ଶୃଙ୍ଖଳା, ସୁରକ୍ଷା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖା ଯାଇପାରିବ ।

  • Garvita Odia

    Related Posts

    ଭୁବନେଶ୍ୱରରେ ହେବ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ଅଧ୍ୟକ୍ଷ ସମ୍ମିଳନୀ

    ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ମାସ ୨୯ ଓ ୩୦ ତାରିଖରେ ଭୁବନେଶ୍ୱରଠାରେ ପାର୍ଲାମେଣ୍ଟ/ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବାଚସ୍ପତି…

    ଆକାଂକ୍ଷୀ ଜିଲ୍ଲା ମାନଙ୍କର ଆକାଂକ୍ଷା ପୂରଣ ହେବ:”ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର :ରାଜ୍ୟ କନଭେନସନ କେନ୍ଦ୍ର ଠାରେ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ଏକ ସପ୍ତାହ ବ୍ୟାପି ଆକାଂକ୍ଷା ହାଟ ଅଭିଯାନ…

    Leave a Reply

    Your email address will not be published. Required fields are marked *

    You Missed

    ଭୂକମ୍ପରେ ଥରିଲା ରୁଷ

    ଭୂକମ୍ପରେ ଥରିଲା ରୁଷ

    ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

    ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ସିନ୍ଧ ନଦୀକୁ ଖସି ପଡ଼ିଲା ଆଇଟିବିପି ଯବାନଙ୍କ ବସ୍

    ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ କୁହନ୍ତୁ ଯେ ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

    ଯଦି ଇନ୍ଦିରା ଗାନ୍ଧୀଙ୍କ ଭଳି ସାହସ ଅଛି ତେବେ ପ୍ରଧାନମନ୍ତ୍ରୀ  କୁହନ୍ତୁ ଯେ  ଟ୍ରମ୍ପ ମିଛ କହୁଛନ୍ତି:ରାହୁଲ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    ବୁଣାକାର ସେବା କେନ୍ଦ୍ର ସହ ମିଶନ ଶକ୍ତିର ବୁଝାମଣାପତ୍ର ସ୍ୱାକ୍ଷରିତ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ

    କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଉପମୁଖ୍ୟମନ୍ତ୍ରୀ