ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ଆଜି ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି।ଏହି ବୈଠକରେ ରାଜ୍ୟରେ ସମବାୟ କ୍ଷେତ୍ରର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥି ସହିତ ସମବାୟ କ୍ଷେତ୍ରରେ ହାସଲ କରାଯାଇଥିବା ସଫଳତା ଗୁଡିକ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ମୁଖ୍ୟମନ୍ତ୍ରୀ ପ୍ୟାକ୍ସର ୠଣ ପରିଶୋଧ ସମୟସୀମାକୁ ୫ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରିବା, ବଡମ୍ବା ଏବଂ ବଲାଙ୍ଗୀରର ଚିନିକଳକୁ କାର୍ଯ୍ୟକ୍ଷମ କରିବା, ଗୋପାଳପୁର ଠାରେ ଜାତୀୟ ତ୍ରିଭୁବନ ସମବାୟ ବିଶ୍ୱ ବିଦ୍ୟାଳୟର ଏକ ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା, ପ୍ରତି ଜିଲ୍ଲା ତଥା ସବ୍‌ଡିଭିଜନରେ ଶୀତଳ ଭଣ୍ଡାର ଏବଂ ପଣ୍ୟାଗାର ସ୍ଥାପନ, କୃଷକ ଉତ୍ପାଦକ ସଂଗଠନ (FPO) ବୃଦ୍ଧି କରିବା, ସମସ୍ତ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ବିଷୟରେ ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ କାମନା କରିଥିଲେ।
କେନ୍ଦ୍ର ମନ୍ତ୍ରୀ ଓଡିଶା ସରକାରଙ୍କ ସମବାୟ କ୍ଷେତ୍ରର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସନ୍ତୋଷବ୍ୟକ୍ତ କରି କହିଥିଲେ ଯେ ଭାରତ ସରକାର ବିଭିନ୍ନ ରାଜ୍ୟରେ ସମବାୟ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ରାଜ୍ୟକୁ ମଧ୍ୟ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି। ସେ ସବୁ ରାଜ୍ୟ ଗୁଡିକର କାର୍ଯ୍ୟପ୍ରଣାଳୀକୁ ଅନୁଧ୍ୟାନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ଓଡିଶା ସରକାରଙ୍କ ପକ୍ଷରୁ ସମବାୟ ବିକାଶ ପାଇଁ ଯାହା ଆବଶ୍ୟକ ହେବ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ କହିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ରମଣ କୁମାର, ଆନନ୍ଦ ଝା ଏବଂ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଅହମଦାବାଦ,୨୫/୦୮: ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ସୋ କରିବା ସହ ଖୋଡାଲଧାମ ଗ୍ରାଉଣ୍ଡରେ ୫୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…

    Continue reading
    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    କଟକ,୨୫/୦୮: କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ଦୁର୍ଗା ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ