ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୫ ପରୀକ୍ଷା ପାଇଁ କାର୍ୟ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ମେ ୨ ତାରିଖରୁ ପରୀକ୍ଷା ହେବ । ୧୨ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମୋଡ୍‌ରେ କରାଯିବ । ଛାତ୍ରଛାତ୍ରୀ ୱେବ୍‌ସାଇଟ୍‌ରୁ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କାର୍ୟ୍ୟସୂଚୀ ଅନୁଯାୟୀ, ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା । ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ହେବ । ମେ ୨ ତାରିଖରେ ୩ଟି ଯାକ ସିଫ୍ଟରେ ବି ଫାର୍ମାର ପରୀକ୍ଷା ହେବ । ୩ ତାରିଖରେ ପ୍ରଥମ ସିଫ୍ଟରେ ବି ଫାର୍ମା/ ଏଲ୍‌ଇ ଫାର୍ମା (ଏକ ଘଣ୍ଟାର ପରୀକ୍ଷା), ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍‌ବିଏ ପରୀକ୍ଷା ରହିଛି । ୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ ଟେକ୍‌ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ (ଏକ ଘଣ୍ଟା ପରୀକ୍ଷା), ତୃତୀୟ ସିଫ୍ଟରେ ବି କ୍ୟାଟ୍‌ (ସିନେମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ୍‌), ଏଲ୍‌ଟେକ୍‌ ବିଏସ୍‌ସି, ୬ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍‌ସିଏ ପରୀକ୍ଷା, ତୃତୀୟ ସିଫ୍ଟରେ ବି କ୍ୟାଟ୍‌ (ଫିଲ୍ମ ଏଡିଟିଂ), ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଓ ଏମ୍‌ଟେକ୍‌ ପରୀକ୍ଷା ରହିଛି ।
ସେହିପରି ୧୦ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍‌ ବିଏସ୍‌ସି ନର୍ସିଂ ପରୀକ୍ଷା ଥିବାବେଳେ ୧୧ ତାରିଖ ପ୍ରଥମ ସିଫ୍ଟରେ ବେସିକ୍‌ ବିଏସ୍‌ସି ନର୍ସିଂ/ପୋଷ୍ଟ ବେସିକ୍‌ ଡିପ୍ଲୋମା ନର୍ସିଂ, ଦ୍ୱିତୀୟ ସିଫ୍ଟରେ ବେସିକ୍‌ ବିଏସ୍‌ସି ନର୍ସିଂ/ଏମ୍‌ଏସ୍‌ସି ନର୍ସିଂ, ତୃତୀୟ ସିଫ୍ଟରେ ପୋଷ୍ଟ ବେସିକ୍‌ ବିଏସ୍‌ସି ନର୍ସିଂ ପରୀକ୍ଷା ରହିଛି । ୧୨ ତାରିଖରେ ଏଲ୍‌ଇ ଟେକ୍‌ (ଡିପ୍ଲୋମା) ପରୀକ୍ଷା ତିନୋଟି ଯାକ ସିଫ୍ଟରେ ରହିଛି ।

  • Garvita Odia

    Related Posts

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ପୂରା ରାଜ୍ୟରେ ପାଗ ବଦଳିବା ଯୋଗୁ ତାତି ତଳମୁହାଁ ହୋଇଛି । କିଛିଟା ଆଶ୍ୱସ୍ତି ମିଳିଛି। ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼,…

    ଭିସୁଟ୍‌ରେ ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଭିସୁଟ୍‌ରେ ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ । ଏପ୍ରିଲ ୧୦ ତାରିଖରେ ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡି ମୃତ୍ୟୁ ବରଣ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୦୦ ଜଣ ଛାତ୍ରଙ୍କ ଉପରେ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭିସୁଟ୍‌ରେ ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ଭିସୁଟ୍‌ରେ ୧୦୦  ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

    ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

    ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

    ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା