
ଯାଜପୁର: ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲ ଭର୍ତ୍ତି କରାଯାଇଛି । ହାଜତରେ ନିର୍ୟାତନା ଅଭିଯୋଗକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଖଣ୍ଡନ କରିଥିବା ବେଳେ ଏହି ଘଟଣାରେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।ଗତ ଅଗଷ୍ଟ ୩ରେ ଏକ ପାରିବାରିକ ଝଗଡା ମାମଲାର ଏତଲା ଆଧାରରେ ଯାଜପୁର ଅଣକା ପଞ୍ଚାୟତ ମହୀପୁର ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କୁ ଉଠାଇ ଆଣିଥିଲା ବାଲିଚନ୍ଦ୍ରପୁର ପୋଲିସ । ସେହି ଦିନ ଯୁବକ ଜଣଙ୍କ ଥାନାରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲା ପୋଲିସ । ଏନେଇ ପରିବାରଲୋକେ ଅଭିଯୋଗ ଆଣିଛନ୍ତି ରବିନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇଛି । ଏପରିକି ପରିବାର ଲୋକଙ୍କୁ ନଜଣାଇ କଟକ ଏସସିବି ପଠାଇ ଦିଆଯାଇଛି ।ସେପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଏହାକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି, ଗତ ଅଗଷ୍ଟ ୩ରେ ପ୍ରତିମା ମଲ୍ଲିକଙ୍କ ରିପୋର୍ଟ ଅନୁସାରେ ରବୀନ୍ଦ୍ର ମଲ୍ଲିକ ଆଉ ୪ଜଣଙ୍କ ନାଁରେ ରିପୋର୍ଟ ହେଇଥିଲା କ୍ଷ ଏନେଇ କେସ ରୁଜୁ ହୋଇଥିଲା । ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର ମଲ୍ଲିକକୁ ଥାନାରେ ବସେଇ ଥିଲେ କ୍ଷ ହଠାତ୍ ରାତିରେ ରବିନ୍ଦ୍ରଙ୍କ ବାନ୍ତି ହୋଇଥିଲା । ଦେହ ଖରାପ ହେବାରୁ ଆମେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଥିଲୁ । ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାର ତଦନ୍ତ ଚାଲିଛି । ତେବେ ଯେଉଁ ଅଭିଯୋଗ ରହିଛି । ଯୁବକଙ୍କୁ ନିର୍ୟାତନାର ଏହା ସମ୍ପୂର୍ଣ୍ଣ ଅସତ୍ୟ ।’