ରାଖି କେବଳ ଏକ ସୂତା ନୁହେଁ, ସୁରକ୍ଷାର କବଚ

ଭୁବନେଶ୍ବର: ରାଖି କେବଳ ଏକ ସୂତା ନୁହେଁ, ଏହା ସୁରକ୍ଷାର କବଚ, ସମ୍ପର୍କର ଡୋରୀ ଆଜି ରାଖି ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ ଆଉ ମାଗିବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ଏହି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁସାରେ, ଭଉଣୀ ଭାଇ ହାତରେ ରାଖି ବାନ୍ଧି ଦୁହିଁଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ପାଇଁ ସୁରକ୍ଷା ଲୋଡ଼ୋ । ଭାଇ ମଧ୍ୟ ରାଖକୁ ଶପଥ କରି ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ଉଭୟ ଭାଇ ଓ ଭଉଣୀ ପାଇଁ ଏହି ଦିନଟି ବୋଲି କୁହାଯାଏ । ଏଥର ବଜାରରେ ଷ୍ଟୋନ୍‍, କ୍ରିଷ୍ଟାଲ, ଚେନ୍‍, ଟେଡ୍ଡି, କାର୍ଟୁନ୍‍ ଓ ଫ୍ୟାନ୍ସି ରାଖି ଉପଲବ୍ଧ ହେଉଛି । ଷ୍ଟୋନ୍‍ ଓ କ୍ରିଷ୍ଟାଲ ରାଖିର ଚାହିଦା ବେଶୀ ରହିଥିବା ବେଳେ ଏହାର ଦାମ୍‍ ୩୦ରୁ ୪ଶହ ଟଙ୍କା ପର୍ୟ୍ୟନ୍ତ ରହିଛି । କୁନି ପିଲାଙ୍କ ପାଇଁ ସ୍ୱତନ୍ତ୍ର ଖେଳନା ଓ କାର୍ଟୁନ୍‍ ରାଖି ମଧ୍ୟ ରହିଛି । ଏହାଛଡ଼ା ତୁଳା ଓ କପଡ଼ାରେ ତିଆରି ଜଗନ୍ନାଥ ରାଖ୍, କାର୍ଟୁନ୍, ଶିରିଡ଼ି ସାଇବାବା, ଓଁ ରାଖି ଓ ମୟୂରପୁଚ୍ଛ ରାଖି ବଜାରରେ ଉପଲବ୍ଧ ହୋଇଛି ଏହାସହିତ ସ୍ୱତନ୍ତ୍ର ଭାବେ ଦୋକାନରେ ମିଠା ପ୍ରସ୍ତୁତ ହୋଇଛି । ଶୁକ୍ରବାର ରାଖି କିଣିବାକୁ ଅନ୍ୟଦିନ ଅପେକ୍ଷା ରାଜଧାନୀରେ ଗହଳିଚହଳି ଲାଗି ରହିଥିଲା।

  • Related Posts

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଝୁଲଣ ପର୍ବ ୭ଦିନ ବ୍ୟାପୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ଚଳନ୍ତି…

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍‌ଲାଇନ୍‌ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍‌ଲାଇନ୍‌ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ…

    Leave a Reply

    Your email address will not be published. Required fields are marked *

    You Missed

    Aishwarya Rai, Abhishek Bachchan& Aaradhya’s rare appearance at Mumbai airport goes viral

    ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଝୁଲଣ ପର୍ବ

    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍‌ଲାଇନ୍‌ରେ ହେବ ଫର୍ମପୂରଣ

    ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

    SUM Ultimate Medicare Hosts Landmark CME on Male Sexual Dysfunction and Male Infertility – AndroXcell 2025

    ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପୁରୁଷ ଯୌନ ଅକ୍ଷମତା ଏବଂ ବନ୍ଧ୍ୟାତ୍ୱ ସମ୍ପର୍କିିତ ସିଏମ୍‌ଇ ଆଣ୍ଡ୍ରୋଏକ୍ସଏଲ୍ ୨୦୨୫ ଆୟୋଜିତ