ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ବର :  ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ ବ୍ୟାଣ୍ଡ୍ ପ୍ରତିଯୋଗିତା ସ୍ଥାନୀୟ ୟୁନିଟ୍-୬ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ପୂର୍ବାହ୍ନରେ ଆୟୋଜିତ ଉଦଘାଟନୀ ସମାରୋହରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଘୁରାମ୍ ଆର୍ ଆୟାର ଯୋଗ ଦେଇ ପିଲାମାନଙ୍କୁ ବ୍ୟାଣ୍ଡ୍ ପ୍ରତିଯୋଗିତାର ଉଦ୍ଦେଶ୍ୟ ତଥା ଆବଶ୍ୟକତା ସମ୍ପର୍କରେ ଅବଗତ କରିଥିଲେ । ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀମତୀ ସଙ୍ଗିତା ବେହେରା, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ସାହୁ, ପ୍ରଶିକ୍ଷଣ ସହାୟିକା ଶ୍ରୀମତୀ ଜୟା ବାନାର୍ଜୀ ଓ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଅରୁନ୍ଧତି ସାମନ୍ତରାୟ ଉପସ୍ଥିତ ଥିଲେ ।

 

ଏଥିସହିତ ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କୁ ରାଜ୍ୟସ୍ତରୀୟ ବ୍ୟାଣ୍ଡ୍ ପ୍ରତିଯୋଗିତାରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ସମୟରେ ଅଭ୍ୟାସ ଜାରି ରଖିବାକୁ ଉପଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଜୋନ୍ ସ୍ତରରେ ତଥା ଜାତୀୟ ସ୍ତରରେ କୃତିତ୍ବ ହାସଲ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଯୋଗଦେଇ ପିଲାମାନଙ୍କର ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ ଅତିରିକ୍ତ ନିର୍ଦ୍ଦେଶକ (ଗୁଣବତ୍ତା) ଡ଼ ସନାତନ ପଣ୍ଡା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ଏହି ଅବସରରେ ବିଭିନ୍ନ ବିଭାଗରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବାଳକ ବିଭାଗ ବ୍ରାସବ୍ୟାଣ୍ଡ ପ୍ରତିଯୋଗିତାରେ ବରଗଡ଼ସ୍ଥିତ ଜର୍ଜ ହାଇସ୍କୁଲ, ବାଳିକା ବିଭାଗର ବ୍ରାସବ୍ୟାଣ୍ଡ ପ୍ରତିଯୋଗିତାରେ ୟୁନିଟ-୨ ସ୍ଥିତ କ୍ୟାପିଟାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳକ ବିଭାଗ ପାଇପ୍ ବ୍ୟାଣ୍ଡ ପ୍ରତିଯୋଗିତାରେ ମୟୂରଭଞ୍ଜସ୍ଥିତ ବିବେକାନନ୍ଦ ପବ୍ଲିକ ହାଇସ୍କୁଲ ପ୍ରଥମ ସ୍ଥାନ ଅଧିକାର କରି ଆସାମରେ ଅନୁଷ୍ଠିତ ଜୋନସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ।

 

  • Related Posts

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟର ୧୧୫ଟି ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,…

    ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ

    ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ କରିବା ସହ ଶକ୍ତିଶ୍ରୀ ସାଥୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ଅଙ୍ଗନଓ୍ବାଡ଼ି ଛାତ ଉପରୁ ନାବାଳକ ମୃତଦେହ ଉଦ୍ଧାର

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    କୁକୁର କାମୁଡ଼ାରେ ଦୁଇ ମୃତ

    କୁକୁର କାମୁଡ଼ାରେ ଦୁଇ ମୃତ

    ଲଘୁଚାପ: ୧୨ରୁ ପ୍ରବଳ ବର୍ଷିବ

    ଲଘୁଚାପ:  ୧୨ରୁ ପ୍ରବଳ ବର୍ଷିବ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆଜିଠୁ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ବ୍ରୋଞ୍ଜ ଆରମ୍ଭ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ