ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ ନିର୍ମାଣ, ଗଣଶିକ୍ଷା ଆଦି ବିଭାଗରେ ଉନ୍ନୟନମୂଳକ କାର୍ୟ୍ୟ ପାଇଁ କ୍ୟାବିନେଟ୍‌ ବୈଠକରେ ଆଲୋଚନା ହୋଇଥିଲା।
ଆଦର୍ଶ ବିଦ୍ୟାଳୟର ମାସିକ ରେଣ୍ଟକୁ ସରକାର ମୁକ୍ତ କରିଛନ୍ତି। ଆଉ ଛାତ୍ରଛାତ୍ରୀଙ୍କୁ ଦେୟ ଦେବାକୁ ହେବନାହିଁ। ଏଥିପାଇଁ ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଛାତ୍ରଛାତ୍ରୀ ପୂର୍ବରୁ ମାସିକ ୨ ହଜାର ଟଙ୍କା ରେଣ୍ଟ୍ ଦେଉଥିଲେ।ଏଥି ପାଇଁ ସରକାର ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନରେ କିଛି ପରିବର୍ତ୍ତନ ଆଣିଛନ୍ତି। ସ୍ଥାୟୀ କୁଳପତି ନିଯୁକ୍ତି ପର୍ୟ୍ୟନ୍ତ ଭାରପ୍ରାପ୍ତ କୁଳପତିଙ୍କୁ କ୍ଷମତା ପ୍ରଦାନ କରିବେ।ରାଜ୍ୟ ସରକାର ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ବିଭାଜନ କରିଛନ୍ତି। ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲା ଘୋଷଣା ହୋଇଛି। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୨ଟି ଏସ୍‌ଡିପିଓ। ରାଇରଂଗପୁର, କରଂଜିଲ୍ଲାରେ ରହିବେ ଏସ୍‌ଡିପିଓ। ରାଇରଂଗପୁର ପୁଲିସ ଜିଲ୍ଲାରେ ରହିବ ୧୪ଟି ଥାନା ରହିବ।

ରାଜ୍ୟ ସରକାର ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ ଦେଇଛନ୍ତି। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ। ସେହିପରି ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି। ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।

  • Garvita Odia

    Related Posts

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ସମ୍ୱଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ପରେ ପ୍ରତାଡ଼ନା କରିବା ଅଭିଯୋଗରେ ମହିଳା ପୁଲିସ ଦ୍ବାରା ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ…

    ମହିଳା ହେଲପଲାଇନ ନଂ-୧୮୧

    ଭୁବନେଶ୍ୱର:: ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧