ରେଭେନ୍ସା ବିଶ୍ୱବିଦ୍ୟାଳୟର ୱେବସାଇଟ୍ସ ହ୍ୟାକ୍‌

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ୱେବ୍‌ସାଇଟ୍‌ ହ୍ୟାକ୍ । କେହି ଦୃର୍ବୃତ୍ତ ୱେବସାଇଟ୍‌କୁ ହ୍ୟାକ୍‌ କରି ଦେଇଥିବା ଦେଖିବାକୁ ମିଳିଛି । ୱେବ୍‌ସାଇଟ୍‌କୁ କ୍ଲିକ୍‌ କଲେ ଖୋଲୁଛି ଏକ ବେଟିଂ ସାଇଟ୍‌ । ମୋବାଇଲ୍‌ରେ ୱେବ୍‌ସାଇଟ୍‌ ଖୋଲିଲେ ‘ବେଣ୍ଟୋ-ଫୋର୍‌ ଡି’ ପରି ଏକ ବେଟିଂ ପ୍ଲାଟ୍‌ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍‌ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ । ‌ରେଭେନ୍ସା ୱେବ୍‌ସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ ନେଇ କୌଣସି କାମ କରି ହେଉନଥିବା ଅଭିଯୋଗ ହୋଇଛି । କେମିତି ୱେବସାଇଟ୍ ହ୍ୟାକ୍ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଉଚ୍ଚ ଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଥିଲା । ପେଜ୍‌ରେ କେହି ଅଶ୍ଳୀଳ ଭିଡିଓ ଅପଲୋଡ୍ କରି ଦେଇଥିବା ଅଭିଯୋଗ ହୋଇଥିଲା । ମାତ୍ର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ପୂର୍ବଭଳି ଠିକ୍ ହୋଇ ଯାଇଥିଲା।

ତେବେ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସାର୍ଟିଫିକେଟ ଡାଉନଲୋଡ କରିବା କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବରୁ ୨ ବର୍ଷ ତଳେ ଏଭଳି ଅଭିଯୋଗ ଆସିଥିଲା । ଏବେ ପୁଣି ରେଭେନ୍ସାର ୱେବସାଇଟ୍ ହ୍ୟାକ ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଛି। ତେବେ ଏହି ଭଳି ହ୍ୟାକକୁ ରୋକିବା ପାଇଁ ଛଅ ବର୍ଷ ତଳେ ରେଭେନ୍ସା ପକ୍ଷରୁ ଦୁଇ କୋଟି ଟଙ୍କା ବ୍ୟୟରେ ବ୍ଲେଡ ସର୍ଭର ଲଗାଯାଇଥିଲା । ତଥାପି ସର୍ଭର ଲାଗିବା ସତ୍ତ୍ଵେ ୱେବ୍ ସାଇଟ୍ ହ୍ୟାକ କରାଯାଇଛି।

  • Garvita Odia

    Related Posts

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ଭୁବନେଶ୍ଵର : ବୈତରଣୀରେ ନାହିଁ ବନ୍ୟା ଆଶଙ୍କା। ଏବେ ଆଖୁଆପଦାଠାରେ ଜଳସ୍ତର ୧୮.୨୯ ମିଟର ରହିଛି। ବିପଦ ସଙ୍କେତ ଠାରୁ ଟିକେ କମ୍ କିନ୍ତୁ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର…

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ…

    Leave a Reply

    Your email address will not be published. Required fields are marked *

    You Missed

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବୈତରଣୀରେ ଆଉ ବଢିବନି ଜଳସ୍ତର:ସର୍ବୋଚ୍ଚ ଯନ୍ତ୍ରୀ

    ବିଜେପି ଅଫିସରେ ପ୍ରୟାସକାନ୍ତି

    ବିଜେପି ଅଫିସରେ ପ୍ରୟାସକାନ୍ତି

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ପଞ୍ଜିକରଣ କରିସାରିଲେଣି ୩ ଲକ୍ଷ ୩୮ହଜାର ୭୩୫ ଚାଷୀ :ମନ୍ତ୍ରୀ

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ଅନ୍ଧବିଶ୍ୱାସ: କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା

    ୬ ସପ୍ତାହ ଭିତରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ୬ ସପ୍ତାହ ଭିତରେ  ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦିଅ: ହାଇକୋର୍ଟ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

    ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଲାଗିବ  ୭୫ ଲକ୍ଷ ଗଛ