ରେଳ ଧାରଣା ଉପରେ ପଥର: ଟଳିଗଲା ବଡ଼ ଅଘଟଣ

ରାୟଗଡା: ରେଳ ଧାରଣା ଉପରେ ପଥର। ଅଳ୍ପକେ ଟଳିଗଲା ବଡ଼ ଅଘଟଣ। ରାୟଗଡ଼ା ସହର ନିକଟସ୍ଥ ମଝିଘରିଆଣି ମନ୍ଦିର ପାଖରେ ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାସହ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଲିଙ୍କ କୋରବା ଏକ୍ସପ୍ରେସ ଟ୍ରେନ୍ । ରାୟଗଡ଼ା ସହର ମଝିଘରିଆଣୀ ମନ୍ଦିର ନିକଟ ଟ୍ରାକ୍ ରେ କୌଣସି କାରଣରୁ ବଡ଼ ପଥର ପଡ଼ିଯାଇଥିଲା । ଏହି ସମୟରେ ବିଶାଖାପାଟଣା ଠାରୁ କୋରବା ଯାଉଥିବା ଲିଙ୍କ ଏକ୍ସପ୍ରେସ ସେହି ଟ୍ରାକ ଦେଇ ଯାଉଥିଲା । ମଧ୍ୟରାତ୍ରୀରେ ଜୋରରେ ଶବ୍ଦ ହେବାରୁ ଟ୍ରେନ ଚାଳକ ବ୍ରେକ ଲଗାଇ ଟ୍ରେନକୁ ରୋକିଥିଲେ ଓ ଫଳରେ ରାତି ୧ ୨ଟା ରୁ ସକାଳ ୫ଟା ଯାଏଁ ସେହି ଟ୍ରାକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲାଓଖବର ପାଇ ରେସ୍କୁ ଟିମ ପଥରକୁ ହଟାଇବା ସହ ମରାମତି କାର୍ୟ୍ୟ କରିଥିଲା । ପ୍ରାୟ ୫ ଘଣ୍ଟା ଧରି ଟ୍ରାକ୍ ରେ ଅଟକ ରହିଥିଲା କୋରବା ଏକ୍ସପ୍ରେସ୍ । ଦୀର୍ଘ ୫ ଘଣ୍ଟା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଥିଲା । ବର୍ତ୍ତମାନ ଗୋଟିଏ ଲାଇନ୍ ରେ ଚଳାଚଳ କରୁଛି ଟ୍ରେନ।,ରେଳବାଇ ବିଭାଗର ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏହି ଘଟଣାକୁ ଆରପିଏଫ ତଦନ୍ତ କରୁଥିବା ବେଳେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ରହିଥିଲେ ଓ

  • Related Posts

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି । ପ୍ରଭାବରେ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ସେହିପରି ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ…

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଖୋର୍ଦ୍ଧା : ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଦୌଡୁଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ…

    Leave a Reply

    Your email address will not be published. Required fields are marked *

    You Missed

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

    ଆୟକର ବିଲ୍‌ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ