ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

ଆନନ୍ଦପୁର: ରୋଗୀ ନେଇ ଯାଉଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚି ପାରିଲାନି । ଅଧା ରାସ୍ତାରେ ଓଲଟି ପଡିଲା ଆମ୍ବୁଲାନ୍ସ । ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଟୁକୁଣା ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ୫ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ନସିରପୁର ଗାଁରୁ ଜଣେ ରୋଗୀ ଓ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ନେଇ ଡାକ୍ତରଖାନା ଯାଉଥିଲା ୧୦୮ ଆମ୍ବୁଲାନ୍ସ । ବୁଧବାର ଭୋର ୫ଟା ସମୟରେ ଆମ୍ବୁଲାନ୍ସଟି ନନ୍ଦିପଦା ଥାନା ଟୁକୁଣା ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଆମ୍ବୁଲାନ୍ସଟି ଓଲଟିବା ଫଳରେ ସେଥିରେ ଥିବା ରୋଗୀ ଓ ତାଙ୍କର ଦୁଇ ସମ୍ପର୍କୀୟ, ଆମ୍ବୁଲାନ୍ସ କର୍ମଚାରୀ ଯଥା ଡ୍ରାଇଭର, ଫାର୍ମାସିଷ୍ଟ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ୧୧୨ ଆମ୍ବୁଲାନ୍ସ ଯୋଗେ ଆହତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆମ୍ବୁଲାନ୍ସର ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।ତେବେ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହେଲା ଏବଂ ଏଥିପାଇଁ କିଏ ଦାୟୀ ତାର ତଦନ୍ତ ହେବା ଜରୁରୀ ବୋଲି କୁହାଯାଉଛି ।

  • Garvita Odia

    Related Posts

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଢେଙ୍କାନାଳ: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି), ଢେଙ୍କାନାଳଠାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମରେ ଖାଲି ଥିବା କିଛି ଆସନରେ ଆସନ୍ତାକାଲି ସ୍ପଟ୍‌ ଆଡମିଶନ୍‌ କରାଯିବ। ଆଇଆଇଏମସି ଢେଙ୍କାନାଳ କ୍ୟାମ୍ପସ୍‌ ଠାରେ ଗୁରୁବାର, ୧୯ ଜୁନ୍‌ ପୂର୍ବାହ୍ନ…

    ସୋଆ ପକ୍ଷରୁ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକଙ୍କୁ ସମ୍ବର୍ଦ୍ଧନା

    ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ଡକ୍ଟର ମୃତୁ୍ୟଞ୍ଜୟ ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ନିକଟରେ ଡକ୍ଟର ମହାପାତ୍ରଙ୍କୁ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନଜନକ ଜାତିସଂଘ ସାସାକାୱା…

    Leave a Reply

    Your email address will not be published. Required fields are marked *

    You Missed

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଡ୍ରାମା କରୁଛନ୍ତି ମୋହନ ସରକାର:ସୁର

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଆସନ୍ତାକାଲି ଆଇଆଇଏମସି ଢେଙ୍କାନାଳଠାରେ ସ୍ପଟ୍‌ ଆଡମିଶନ୍‌

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ଘାଇ ତଳକୁ ଖସି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ

    ୧୫ ଅଗଷ୍ଟରୁ ନୂଆ ଫାସ୍‌ ଟ୍ୟାଗ୍ ନିୟମ