ଲଜ୍ଜା: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ

କଟକ : କଟକ ବାରଙ୍ଗ ଥାନା ତ୍ରିଶୁଳିଆ ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ଗୁରୁତର ନାବାଳିକାକୁ ଉଦ୍ଧାର କରାଯାଇ ଶିଶୁ ଭବନର ଆଇସିୟୁରେ ଭର୍ତ୍ତି କରାଯାଇଛି। ବାରଙ୍ଗ ଅଞ୍ଚଳରେ ଏକ ଇଟା ଭାଟିରେ ନାବାଳିକାଙ୍କ ପରିବାର ଲୋକମାନେ କାମ କରି ଆସୁଥିଲେ। ସେହିଠାରେ ହିଁ ନାବାଳିକାଙ୍କ ସହ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ପରିବାର ଲୋକ ବାରଙ୍ଗ ଥାନାରେ ଏତଲା ଦେଇଛନ୍ତି। ଘଟଣା ଘଟିବା ପରେ ଅଭିଯୁକ୍ତ ଜଣକ ଫେରାର୍ ହୋଇଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ଅଭିଯୁକ୍ତ ଜଣକ ଝାଡଖଣ୍ଡ ଅଞ୍ଚଳର ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

  • Garvita Odia

    Related Posts

    ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର

    ଚନ୍ଦନେଶ୍ୱର: ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି ।…

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…

    Leave a Reply

    Your email address will not be published. Required fields are marked *

    You Missed

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ

    ୨୦ରୁ ଖୋଲିବ ସ୍କୁଲ

    ୨୦ରୁ ଖୋଲିବ ସ୍କୁଲ

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଜନଗଣନା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ବୋମା ଧମକ, ମଝି ଆକାଶରୁ ଫେରିଗଲା ବିମାନକୁ

    ୨୦ରୁ ଖୋଲିବ ବିଦ୍ୟାଳୟ !

    ୨୦ରୁ ଖୋଲିବ ବିଦ୍ୟାଳୟ !