ଲର୍ଡସ ଟେଷ୍ଟ :ଇଂଲଣ୍ଡ ୩୮୭ରନରେ ଅଲ୍‌ଆଉଟ୍‌:ଭାରତ ୩ ୱିକେଟରେ ୧୪୫

ଲଡର୍ସ : ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଲଡର୍ସରେ ଚାଲିଥିବା ତୃତୀୟ ଟେଷ୍ଟର ଶୁକ୍ରବାର ଦ୍ବିତୀୟ ଦିନରେ ୯ଟି ୱିକେଟର ପତନ ଘଟିଛି। ଜୋ ରୁଟ୍‌ଙ୍କ ଶତକ ୧୦୪ରନ ସହାୟତାରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୭ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଭାରତ ଲୋକେଶ ରାହୁଲଙ୍କ ଅପରାଜିତ ୫୩ରନ ବଳରେ ୪୩ ଓଭର ଖେଳି ୩ ୱିକେଟରେ ୧୪୫ରନ କରିଛି।
ଓପନର ଯଶସ୍ବୀ ଜୟସୱାଲ ଭାରତୀୟ ଇନିଂସର ପ୍ରଥମ ଓଭରରୁ ୩ଟି ଚୌକା ସହ ୧୩ରନ ସଂଗ୍ରହ କରିଥିବାବେଳେ ଦ୍ବିତୀୟ ଓଭରରେ ଜେଫ୍ରା ଆର୍ଚରଙ୍କ ବଲରେ ୱିକେଟ ହରାଇଥିଲେ। ଭାରତ ୧୩ରନରେ ପ୍ରଥମ ୱିକେଟ ହରାଇଥିଲା। ଦ୍ବିତୀୟ ୱିକେଟରେ କରୁଣ ନାୟର ଓ ଲୋକେଶ ରାହୁଲ ଧିରେସୁସ୍ଥେ ବ୍ୟାଟିଂ କରିଥିଲେ। ଉଭୟେ ଚା ପାନ ବିରତି ପର୍ୟ୍ୟନ୍ତ ଆଉ କୌଣସି ୱିକେଟ ହରାଇବାକୁ ଦେଇନଥିଲେ। ଉଭୟେ ଦ୍ବିତୀୟ ୱିକେଟରେ ୬୧ରନ ସଂଗ୍ରହ କରିଥିଲେ। ସ୍କୋର ୭୪ରନ ଥିବାବେଳେ ନାୟର ୪୦ରନ କରି ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟରେ ଅଧିନାୟକ ଶୁଭମନ ଗିଲ୍‌ ଓ ରାହୁଲ ୩୩ରନ ଭାଗିଦାରୀ କରିଥିଲେ। ସ୍କୋର ୧୦୭ରନ ଥିବାବେଳେ ଗିଲ୍‌ ମାତ୍ର ୧୬ରନ କରି ଆଉଟ ହୋଇଥିଲେ। ଋଷଭ ପନ୍ତ ଓ ରାହୁଲ ୪ର୍ଥ ୱିକେଟରେ ଅବିଭାଜିତ ୩୮ରନ ସଂଗ୍ରହ କରିଛନ୍ତି। ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୫୩ ଓ ପନ୍ତ ୧୯ରନ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଜେଫ୍ରା ଆର୍ଚର, କ୍ରିସ ୱକ୍‌ସ ଓ ବେନ ଷ୍ଟୋକ୍‌ସ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ଇଂଲଣ୍ଡ ପ୍ରଥମ ଦିନର ଅସମାପ୍ତ ୪/୨୫୧ରୁ ଶୁକ୍ରବାର ଖେଳ ଆରମ୍ଭ କରିଥିଲା। ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ ଜୋ ରୁଟ୍‌ ୯୯ ଓ ବେନ୍‌ ଷ୍ଟୋକ୍‌ସ ୩୯ରନରୁ ଖେଳ ଆରମ୍ଭ କରିଥିଲେ। ଇଂଲଣ୍ଡ ଦଳୀୟ ସ୍କୋରରେ ଆଉ ୯ରନ ଯୋଗ କରିବା ପରେ ପଞ୍ଚମ ୱିକେଟ ହରାଇଥିଲା। ୨୬୦ରନ ସ୍କୋର ଥିବାବେଳେ ବେନ୍‌ ଷ୍ଟୋକ୍‌ସ ୪୪ରନ କରି ଯଶପ୍ରୀତ ବୁମ୍୍‌ରାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଇନିଂସର ୮୮ତମ ଓଭରରେ ବୁମ୍‌ରା କ୍ରମାଗତ ଦୁଇଟି ୱିକେଟ ନେଇଥିଲେ। ୨୭୧ରନ ସ୍କୋର ଥିବାବେଳେ ଇଂଲଣ୍ଡ ଷଷ୍ଠ ଓ ସପ୍ତମ ୱିକେଟ ହରାଇଥିଲା। ଜୋ ରୁଟ୍‌ ୧୯୯ଟି ବଲରୁ ୧୦ଟି ଚୌକା ସହ ୧୦୪ରନ କରିଥିବାବେଳେ କ୍ରାସ ୱକ୍‌ସ ଖାତା ଖୋଲି ପାରିନଥିଲେ। ଯଶପ୍ରୀତ ବୁମ୍‌ରା ଦ୍ବିତୀୟ ଦିନ ଖେଳ ଆରମ୍ଭରୁ ୩ଟି ୱିକେଟ ନେଇ ଭାରତ ପାଇଁ ସଫଳତା ଦେଇଥିଲେ। ଅଷ୍ଟମ ୱିକେଟରେ ଚମତ୍କାର ଫର୍ମରେ ଥିବା ଜେମ୍ମି ସ୍ମିଥ୍‌ ଓ ବ୍ରାଏଡନ କ୍ରାସ ୮୪ରନ ଭାଗିଦାରୀ କରିଥିଲେ। ୩୫୫ରନ ସ୍କୋର ଥିବାବେଳେ ସ୍ମିଥ୍‌ ୫୧ରନ କରି ଆଉଟ୍‌ ହୋଇଥିଲେ। ନବମ ୱିକେଟରେ କ୍ରାସ ଓ ଜେଫ୍ରା ଆର୍ଚର ୧୫ରନ ସଂଗ୍ରହ କରିଥିଲେ। ୩୭୦ରନ ସ୍କୋର ଥିବାବେଳେ ଆର୍ଚର ୪ରନ କରି ଆଉଟ୍‌ ହୋଇଥିଲେ। କ୍ରାସଙ୍କ ଉପଯୋଗୀ ୫୬ରନ ବଳରେ ଦଳ ୧୧୨.୩ ଓଭର ଖେଳି ୩୮୭ରନରେ ଅଲଆଉଟ୍‌ ହୋଇଯାଇଥିଲା। ଭ​‌ାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ୫ ଟି, ନୀତିଶ କୁମାର ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।

  • Garvita Odia

    Related Posts

    ଲର୍ଡସ ଟେଷ୍ଟ: ବିଜୟଲକ୍ଷ୍ୟ ୧୯୩; ଭାରତ ୪/୫୮

    ଲର୍ଡସ: ଚଳିତ ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ ଦଳକୁ ୨ୟ ଇନିଂସରେ ୧୯୩ ରନ୍‌ କରିବାକୁ ପଡ଼ିବ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବ​‌ଳରେ ଭାରତ ଏହି ସୁଯୋଗ ପାଇଛି। ପ୍ରଥମ ୩ ଦିନରେ ୨୦ଟି…

    ଓଡ଼ିଶାରେ ହେବ ୱାର୍ଲଡ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର

    ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର (ବ୍ରୋଞ୍ଜ ଲେଭେଲ) । ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ । ପ୍ରତିଯୋଗିତାରେ ୧୦ରୁ ଅଧିକ…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧