ଲୋକସଭାରେ ଆଲୋଚନା ସମୟରେ ହଙ୍ଗାମା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମଙ୍ଗଳବାର ଆଲୋଚନା ସମୟରେ ହଙ୍ଗାମା ହୋଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିତର୍କରେ ମନ୍ତବ୍ୟ ରଖୁଥିବା ସମୟରେ ବିରୋଧୀ କିଛି ପ୍ରାମଣ ମାଗିଥିଲେ, ଯାହାକୁ ନେଇ ଶାହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ କଟୁ ଶବ୍ଦରେ ସେମାନଙ୍କୁ ଶୁଣାଇ କହିଥିଲେ ଯେ, ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ।
ପହଲଗାଓଁ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ସୁଲେମାନ ମୁସା ସମେତ ୩ ଆତଙ୍କୀ ଗତ ସୋମବାର ଦିନ ଅପରେସନ ମହାଦେବରେ ନିପାତ ହୋଇଥିଲେ। ଏହି ଆତଙ୍କୀମାନେ ପାକିସ୍ତାନୀ ବୋଲି ଶାହ ଗୃହରେ ବିବୃତି ଦେବା ସମୟରେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ ତାଙ୍କୁ ପ୍ରମାଣ ମାଗିଥିଲେ। ଚିଦାମ୍ବରମଙ୍କ ଏପରି ପ୍ରଶ୍ନକୁ ଶାହ ସମାଲୋଚନା କରିଥିଲେ। ଶାହ କହିଥିଲେ, ନିହତ ୩ ଆତଙ୍କୀଙ୍କ ମଧ୍ୟରୁ ୨ ଜଣଙ୍କର ଭୋଟର ନମ୍ବର ଆମକୁ ମିଳିଛି। ସେମାନେ ପାକିସ୍ତାନୀ ଆତଙ୍କବାଦୀ ଥିଲେ। ଆତଙ୍କୀଙ୍କ ପକେଟରୁ ଯେଉଁ ଚକୋଲେଟ ମିଳିଛି ତାହା ବି ପାକିସ୍ତାନରେ ତିହାରି ହୋଇଛନ୍ତି। ଏହା ପରେ କଂଗ୍ରେସର ପୂର୍ବତନ ଗୃହମନ୍ତ୍ରୀ ପ୍ରମାଣ ମାଗୁଛନ୍ତି। ଶାହଙ୍କ ଏପରି ସମାଲୋଚନାକୁ ନେଇ ବିରୋଧୀମାନେ ହୋହଲ୍ଲା କରିଥିଲେ। ଶାହ କହିଥିଲେ, ଧୈର୍ୟ୍ୟ ରଖନ୍ତୁ, ଘଟଣାକ୍ରମର ପୂରା ତଥ୍ୟ ଦେବି।

  • Garvita Odia

    Related Posts

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି…

    ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ରେ ହ୍ରାସ

    ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ