ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

ଜୟପୁର: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ମାଟି ସମତଳ, ଟେଣ୍ଟବନ୍ଧା, ରାସ୍ତାରେ ଧଳା ଦାଗ, ଗଛଗୁଡ଼ିକରେ ଚୂନ ଧଉଳା କାମ ତ୍ୱରାନ୍ୱିତ କରାଯାଇଛି । ବରିଷ୍ଠ ପୁଲିସ, ପ୍ରଶାସନିକ ଅଧିକାରୀମାନେ କାର୍ୟ୍ୟକ୍ରମ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନି ।

  • Related Posts

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ଭୁବନେଶ୍ଵର, ୦୮ / ୦୮: ଅଗଷ୍ଟ ୩୧ରେ ପ୍ରତିବର୍ଷ ଭଳି ପାଳିତ ହେବାକୁ ଯାଉଛି ସ୍ୱାୟତ୍ତ ଶାସନ ଦିବସ । ଏହି ଉପଲକ୍ଷେ ଅଗଷ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାକ୍‌ ଉତ୍ସବ ପାଳନ ସ୍ୱରୂପ ୧୧୫ଗୋଟି ପୌରପାଳିକାରେ ସପ୍ତାହବ୍ୟାପୀ ବିଭିନ୍ନ…

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର: ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍‌ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍‌ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ ଜଗତସିଂହପୁରର…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar