
ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଯାହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀ ମାନେ ଝାଡୁ ଛାଡ ଆନ୍ଦୋଳନ କରିଛନ୍ତି। ସମସ୍ତ ଓ୍ବାର୍ଡରେ ସଫେଇ କର୍ମଚାରୀମାନେ କାର୍ୟ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଛି। ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି । ତେବେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।