
ପାରାଦୀପ : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ ଭାସି ଯାଉଥିଲେ ମଧ୍ୟ କିଛି କରିପାରିଲେ ନାହିଁ ।
ପାରାଦୀପ ବାଲିଯାତ୍ରା ପଡ଼ିଆ ନିକଟସ୍ଥ ସମୁଦ୍ରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୭ ଜଣ ଛାତ୍ର ଗାଧୋଇବା ବେଳେ ଜଣେ ଭାସିଯାଇ ନିଖୋଜ ହୋଇଛନ୍ତି । ସେମାନେ କେନ୍ଦ୍ରାପଡା ସ୍ବୟଂ ଶାସିତ କଲେଜର ଛାତ୍ର ବୋଲି ସୂଚନା ମିଳିଛି । ପାରାଦୀପ ବନ୍ଦର ସିଆଇଏସଏଫ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ପକ୍ଷରୁ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନାହିଁ । ନିଖୋଜ ଯୁବକ ଜଣଙ୍କ କେନ୍ଦ୍ରାପଡା ଜିଲ୍ଲା ଜୟପୁରା ଗ୍ରାମର ସେକ୍ ଅମନ୍ ଉଲ୍ଲା । ପରିବାରକୁ ଖବର ଦିଆଯାଇଥିବା ବେଳେ, ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି ।