“ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରୀ ସାହିତ୍ୟ ସାଧକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପବିତ୍ର ଜନ୍ମଦିନ ଅବସରରେ ପାଳିତ ହେଉଥିବା “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇଛନ୍ତି । ଏକ ଭିଡ଼ିଓ ବାର୍ତ୍ତା ଯୋଗେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ସମ୍ବଲପୁରୀ ଦିନ ପାଳନ କରିବା ଉପରେ ସମଗ୍ର ବିଶ୍ୱର ଆଜି ନଜର ପଡିଛି । “ସମ୍ବଲପୁରୀ ଦିନ୍‌”ର ମୂଳ ଉଦ୍ଦେଶ୍ୟ ହେଉଛି ନିଜର ଭାଷା, ନିଜର ସାହିତ୍ୟ ଓ ନିଜର ସଂସ୍କୃତି ପ୍ରତି ଗୌରବମୟ ପରିଚୟ ତିଆରି କରିବାର ପ୍ରଚେଷ୍ଟା । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଗୋଟିଏ ଗରିମାମୟ ପରିଚୟ ଦେବା ପାଇଁ ନିଜର ଜୀବନକୁ ସମର୍ପିତ କରିଥିଲେ । ସମ୍ବଲପୁରୀ ଭାଷା ହେଉଛେ ମଧୁର ଭାଷା, ସମ୍ବଲପୁରୀ ସାହିତ୍ୟ ହେଉଛେ ଉଚ୍ଚକୋଟୀର ଜୀବନ-ଦର୍ଶନର ସାହିତ୍ୟ, ସମ୍ବଲପୁରୀ ସଂସ୍କୃତି ହେଉଛି ଅନ୍ୟର ଉପକାର ଏବଂ ଅନ୍ୟର ଜୀବନରେ ଖୁସି ଆଣିଦେବାର ମହାନ ସଂସ୍କୃତି । ସମ୍ବଲପୁର ଅଞ୍ଚଳର ଭାଷା, ସାହିତ୍ୟ, ସଂସ୍କୃତି ସାଧାରଣ ମନୁଷ୍ୟର ଜୀବନର କଥା କୁହେ । ଏହାସହ ସମ୍ବଲପୁର ଅଞ୍ଚଳର ବାନ୍ଧକଳାର ରଙ୍ଗୀନ ହାତବୁଣା କପଡ଼ା, ମନମୋହକ ନାଚ-ଗୀତ, ଖାଦ୍ୟପେୟର ସମ୍ଭାର ଜିଲ୍ଲାକୁ ଅନନ୍ୟ ପରିଚୟ ଦେଇଛି । ଏହି କଥାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଲେଖିଥିଲେ “ସମ୍ବଲପୁର ର୍ ମାଟି ପାନି, ଝର୍‌ସି ହୀରା ନୀଲା, ଜେ -ଜେ -ମାଁ ସମ୍‌ଲେଇ ଗୋ, ଧଏନ୍ ଧଏନ୍ ତୋର୍ ଲୀଲା ।।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଜିର ସମୟ ହେଉଛି ଆମର ଭାଷା, ସାହିତ୍ୟ, ସଂସ୍କୃତିକୁ ବିଶ୍ୱ ଦରବାରରେ ଉଜାଗର କରିବା । ସମ୍ବଲପୁର ଅଞ୍ଚଳର ବିଚାର ଓ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା । ଆଜିର ସମୟ ହେଉଛି, ଟେକ୍ନୋଲୋଜିର ସମୟ । ଆମର ଉନ୍ନତ ଭାଷା, ସାହିତ୍ୟ, ସଂସ୍କୃତି, ନାଚ-ଗୀତ, ଖାଦ୍ୟପେୟ, ସାଂସ୍କୃତିକ ଉତ୍ସବ ଏବଂ ବାନ୍ଧକଲାର କପଡ଼ା ସହ ଟେକ୍ନୋଲୋଜିକୁ ଯୋଡିବା । ଏହି କାମର ଦାୟିତ୍ୱ ଯୁବପିଢିମାନଙ୍କୁ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମଦିନରେ “ସମ୍ବଲପୁରୀ ଦିନ୍” ଭାବରେ ପାଳନ କରିବା ଦିଗରେ ‘ପଶ୍ଚିମାଞ୍ଚଳ ଏକତା ମଞ୍ଚ’ର ସମର୍ପିତ ଉଦ୍ୟମ ଆଉ ଲୋକମାନଙ୍କର ସହଯୋଗ ବହୁତ ପ୍ରଶଂସନୀୟ । ମା’ ସମଲେଇଙ୍କର ଆଶୀର୍ବାଦ ନେଇ ହାତରେ ହାତ ମିଶାଇ ସମ୍ବଲପୁରୀ ଅସ୍ମିତାର ପରବ “ସମ୍ବଲପୁରୀ-ଦିନ୍‌” ପାଳନ କରିବା । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର ମହକକୁ ସାରା ଦୁନିଆରେ ପ୍ରଚାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

  • Related Posts

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ଭୁବନେଶ୍ୱର: ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହାର ମାମଲାର ଶୁଣାଣି ଆଜି ଟ୍ରିବୁ୍ୟନାଲରେ ହେବାକୁ ଥିବାବେଳେ ତାହା ଏବେ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଘୁଞ୍ଚିଛି । ଉଭୟ…

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏଣିକି ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକଭାବେ ନିଯୁକ୍ତି ପ୍ରଦାନ କରାଯିବ । ତେବେ ଶହେ କି ଦୁଇ ଶହ ନୁହେଁ ରାଜ୍ୟରେ ଅବସର…

    Leave a Reply

    Your email address will not be published. Required fields are marked *

    You Missed

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

    ଏନକାଉଣ୍ଟର, ଆତଙ୍କୀ ନିପାତ

    ଏନକାଉଣ୍ଟର, ଆତଙ୍କୀ ନିପାତ

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’

    ‘ସିନ୍ଦୂରର ପ୍ରତିଶୋଧ ପ୍ରତିଶ୍ରୁତି ପୂରଣ ହୋଇଛି’