ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗ

ବୋରିଗୁମ୍ମା: ରାତିରେ ଭୋଜି କରିବା ପରେ ସକାଳୁ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗ । ମୃତ ଯୁବକ ଜଣକ ବୋରିଗୁମ୍ମା ନକୁଳଗୁଡା ଗ୍ରାମର ଜଗନ୍ନାଥ ମାଝୀ (୨୮) ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ନୂଆ ବର୍ଷରେ ସାଙ୍ଗ ସାଥି ସହ ଦିନରେ ଜଗନ୍ନାଥ ଭୋଜି କରି ଖାଇଥିଲେ । ପୁଣି ରାତିରେ ଜଗନ୍ନାଥ ନିଜ ସାଙ୍ଗ ସାଥି ସହ ନିଜ ଘର ପଛପଟେ ଏକ ପରିବା ବଗିଚାରେ ରାତିରେ ଭୋଜିର ଆୟୋଜନ କରିଥିଲେ । ରାତିରେ ଭୋଜି ଖାଇ ଆଉ ଘରକୁ ଫେରି ନଥିଲେ ଜଗନ୍ନାଥ। ସକାଳୁ ଜଗନ୍ନାଥଙ୍କ ମାଆ ତାଙ୍କୁ ଘରେ ନ ପାଇ ଖୋଜାଖୋଜି କରିଥିଲେ । ଖୋଜାଖୋଜି କରିବା ପରେ ଘର ପଛପଟେ ପରିବା କିଆରିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗନ୍ନାଥଙ୍କ ମୃତଦେହ ପଡ଼ି ଥିବାର ଦେଇଥିଲେ ମାଆ । ଏହା ଦେଖି ଜଗନ୍ନାଥଙ୍କ ମାଆ ଗାଁ ଲୋକଙ୍କୁ ଖବର ଦେଇ ପୋଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ବିସିଂପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି । ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ ହେବ ବୋଲି ସୂଚନା ମିଳିଛି ।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍