ସାରର କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ: ଅରୁଣ ସାହୁ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟିଆ ସ୍ଥିତି ଉପୁଜିଛି। କଳାବଜାରୀ ସ୍ଥିତି ଦେଖାଦେଇଛି। କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେଡି ବିଧାୟକ ଅରୁଣ କୁମାର ସାହୁ ଅଭିଯୋଗ ଆଣିଛନ୍ତି।

ସରକାର କହୁଛନ୍ତି ଲୋକଙ୍କ ସରକାର ବୋଲି। କୃଷକ କଣ ଲୋକଙ୍କ ଭିତରେ ଆସୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦିନେ ଯେଉଁ ରାଜ୍ୟ ନିଅଣ୍ଟିଆ ଥିଲା,ଏବେ ସରପ୍ଲସ ହୋଇଛି। ଏଭଳି ସମୟରେ ଚାଷୀଙ୍କୁ ସହାୟତା ନ ଦିଆଯାଇ ଚାଷୀଙ୍କ ପେଟକୁ ଲାତ ମରାଯାଉଛି।
ଏ ସରକାର ବେକାର ସରକାର। ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଏହା ତାଙ୍କ ବିଭାଗ ଦାୟିତ୍ଵ ନୁହେଁ। ସରକାର ଏକ ମିଳିତ ଦାୟିତ୍ଵ। ମନ୍ତ୍ରୀ ନିଜ ଦାୟିତ୍ୱରୁ ନ ଓହରି ଚାଷୀଙ୍କ କଥା ଚିନ୍ତା କରନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି।

  • Related Posts

    ଏବେ ମହାନଦୀ ସମସ୍ୟାର ସମାଧାନ ହେବ:ମନମୋହନ

    ଭୁବନେଶ୍ବର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପରାମର୍ଶ ଦେଇଥିଲେ, ଏବେ ମହାନଦୀ ସମସ୍ୟାର ସମାଧାନ ହେବ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ମହାନଦୀ ସମସ୍ୟା ସମାଧାନ ପାଇଁ କେନ୍ଦ୍ର…

    Continue reading
    ରାଜ୍ୟରେ ସାର ଅଭାବ ପାଇଁ ସରକାର ଦାୟୀ: ବିଜେଡି

    ଭୁବନେଶ୍ୱର: ରାଜ୍ୟରେ ସାରର ଅଭାବକୁ ନେଇ କୃଷକମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ, ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ଡ. ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ