ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

ଭୁବନେଶ୍ୱର,01।09: ଭୁବନେଶ୍ୱରର ରେଳ ଅଡିଟୋରିଅମରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ (ଏଚଆଣ୍ଡୟୁଡିଡି) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ସାର୍ବଜନୀନ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ଅନ୍ତର୍ଭୁକ୍ତୀକରଣ ସମାଜ ବିକାଶ ପାଇଁ ବ୍ୟାପକ ମଡେଲ ଗଠନ କରି ସହରାଞ୍ଚଳ ଅସମାନତା ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି । ଅନୌପଚାରିକ ବସ୍ତିରେ ଅନ୍ତର୍ଭୁକ୍ତୀକରଣ ଓ ବାସୋପଯୋଗୀ ସହରାଞ୍ଚଳ ବସତି ସ୍ଥାପନ ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ମୁନିସିପାଲିଟି ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ବୁଝଣାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।
ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ କହିଛନ୍ତି, “ଟାଟା ଷ୍ଟିଲ ଫାଉଣ୍ଡେସନ୍ ରାଜ୍ୟବ୍ୟାପୀ ଜନବସତି ଉପରେ ରୂପାନ୍ତରିତ ପ୍ରଭାବ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ସହିତ ଲଗାତାର କାର୍ଯ୍ୟ କରୁଛି। ଆଜିର ଏହି ଏମଓୟୁ ଏ ଦିଗରେ ଆଉ ଏକ ନୂଆ ପଦକ୍ଷେପ। ସହରାଞ୍ଚଳ ବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ଜଣାଇବା ଓ ସେମାନଙ୍କୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରାଯିବ। ଏହା ଆମ ଟିମ୍ ଦ୍ୱାରା ଗତ କିଛି ବର୍ଷ ଧରି କରାଯାଇଥିବା ପ୍ରତ୍ୟକ୍ଷ ପ୍ରୟାସକୁ ପ୍ରଦର୍ଶିତ କରୁଛି। ଏହି କାର୍ଯ୍ୟ ଓଡ଼ିଶାରେ ପରିବର୍ତ୍ତନର ମଡେଲ୍ ପ୍ରସ୍ତୁତ କରିବା ସହ ଏହାର କାର୍ଯ୍ୟକାରିତା ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରତିଶ୍ରୁତିର ଏକ ପ୍ରତିଫଳନ। ଆମ ପ୍ରତି ବିଶ୍ୱାସ ପ୍ରକଟ କରିଥିବା ସମୁଦାୟ, ସହଯୋଗୀ ଏବଂ ଓଡ଼ିଶା ସରକାରଙ୍କୁ ଆମେ କୃତଜ୍ଞତା ଜଣାଉଛୁ।’’ ବୁଝାମଣାପତ୍ର ଅନୁଯାୟୀ ଟାଟା ଷ୍ଟିଲ ଫାଉଣ୍ଡେସନ ରାଜ୍ୟସ୍ତରୀୟ ମିଶନ ମ୍ୟାନେଜମେଣ୍ଟ ୟୁନିଟ୍ ଜାରି ରଖିବ ଏବଂ ୧୦ଟି ଜିଲ୍ଲା ଏବଂ ୧୯ଟି ପୌର ସଂସ୍ଥାରେ ସ୍ଵତନ୍ତ୍ର ଟିମ୍ ମୂତୟନ କରିବ। ଫଳରେ ପ୍ରାୟ ୨.୨୮ ଲକ୍ଷ ବସ୍ତି ପରିବାର ପ୍ରତ୍ୟକ୍ଷ ଭାବରେ ଉପକୃତ ହେବା ଆଶା କରାଯାଉଛି। ଯାହା ମାଧ୍ୟମରେ ସାମାଜିକ କଲ୍ୟାଣ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଯାଇପାରିବ।

  • Related Posts

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଭୁବନେଶ୍ୱର,03।09:ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଏକ ଗଣମାଧ୍ୟମ ରିପୋର୍ଟର ସ୍ୱତଃ ସଂଜ୍ଞାନ ନେଇଛନ୍ତି, ଯେଉଁଥିରେ ଦର୍ଶାଯାଇଥିଲା ଯେ ୨୯ ଅଗଷ୍ଟ, ୨୦୨୫ ରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ନିଶାଶକ୍ତ ବ୍ୟକ୍ତି ଅନେକ ଥର ଛୁରାମାଡ଼…

    Continue reading
    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ଭୁବନେଶ୍ୱର,03।09: ରାଜ୍ୟରେ ଗତ କିଛି ଦିନ ହେବ ଯେଉଁଭଳି ଆତ୍ମହତ୍ୟାର ଖବର ଆସୁଛି, ଏହାକୁ କିଭଳି ରୋକାଯିବ, ସେନେଇ ବୁଧବାର ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ