ସିନ୍ଦୁରର ନାଲି ରଙ୍ଗ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ଅପରେସନ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ ସମାହାର। ଆମର ବୀର ଯବାନମାନଙ୍କୁ ଏହି ପଦଯାତ୍ରା ଦ୍ଵାରା ଆମେ ସ୍ମରଣ କରୁଛୁ ବୋଲି କହିଥିଲେ। ସୂଚନାଯୋଗ୍ୟଯେ, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ମିଶନ ଶକ୍ତି ବିଭାଗ ଦ୍ୱାରା ମୁଖ୍ୟତଃ ମହିଳା ମାନଙ୍କୁ ନେଇ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ ରୋଡ଼ ଠାରୁ ଆରମ୍ଭ ହୋଇ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିବା ବେଳେ, ଭାରତୀୟ ନୌସେନାର ସର୍ଜେଣ୍ଟ୍ ଲେଫ୍ଟେନାଣ୍ଟ୍ କମାଣ୍ଡର, ଅନନ୍ୟା ଦଳବେହେରା, ଓ ପେହେଲଗାଓଁ ଠାରେ ସହିଦ୍ ହୋଇଥିବା ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ୟ୍ୟ ଉପସ୍ଥିତ ରହି ଏହି ଅପରେସନ ସିନ୍ଦୁର ସଫଳତାର ପଦଯାତ୍ରାରେ ଭାଗ ନେଇଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ଭାରତୀୟ ନାରୀଟିଏ ମଥାରେ ସିନ୍ଦୁର ପିନ୍ଧିଲା ସମୟରେ ଏହା ସଂକଳ୍ପ ନେଇଥାଏ ଯେ ସେ ନିଜ ସ୍ୱାମୀ ଓ ପରିବାର ପାଇଁ ସମସ୍ତ ବାଧାବିଘ୍ନକୁ ସହି ଏକ ସୁଦୃଢ଼ କବଚ ଭାବେ ସୁରକ୍ଷା ଦେବ। ସିନ୍ଦୁରର ରଙ୍ଗ ନାଲି। ଏହି ନାଲି ରଙ୍ଗ ବିଜୟର ପ୍ରତୀକ ଏବଂ ବିପଦର ମଧ୍ୟ ପ୍ରତୀକ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ଏହି ସିନ୍ଦୁରର ନାଲି ରଙ୍ଗକୁ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ ଦେଇ, ଏହି ମିଶନର ନାଁ ଅପରେସନ୍ ସିନ୍ଦୁର ରଖିଛନ୍ତି।
ଯେପରି ସିନ୍ଦୂର ପ୍ରତ୍ୟେକ ଭାରତୀୟ ନାରୀଙ୍କର ଗର୍ବ ଓ ଗୌରବ ସେପରି ଆମ ଭାରତୀୟ ଯବାନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ। ଆମ ଯବାନମାନଙ୍କର ଅଭୁତପୂର୍ବ ପରାକ୍ରମ ଓ ଶୌର୍ୟ୍ୟ ପାଇଁ ମୁଁ ସେମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜଣାଉଛି। ଆଜିର ଏହି ଯାତ୍ରା କେବଳ ଏକ ପଦଯାତ୍ରା ନୁହେଁ, ଏହା ହେଉଛି ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ ବୋଲି ସେ କହିଥିଲେ। ସେ ପୁଣି କହିଥିଲେଯେ, ଆପଣମାନେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହଙ୍କୁ ଟେଲିଭିଜନରେ ଦେଖିଥିବେ। ଉଭୟ ଆଜି ବନି ଯାଇଛନ୍ତି ଭାରତୀୟ ନାରୀ ଶକ୍ତିର ପ୍ରତୀକ । ଆମ ସେନା ବାହିନୀର ନାରୀ ଶକ୍ତିର ସାହସ, ବୁଦ୍ଧିମତା ଓ ଦୃଢ଼ ସଂକଳ୍ପର ଏକ ଉଦାହରଣ ଆଜି ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି। ଓଡ଼ିଶା ସରକାର ଓ ଓଡ଼ିଶାର ଜନସାଧାରଣ ଏବେ ନାରୀଶକ୍ତିକୁ ଆଗରେ ରଖୁଛନ୍ତି ଜ୍ଝ ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ବିକାଶ ପାଇଁ ଆମେ ଅନେକ ଯୋଜନା ଓ ସୁଯୋଗ ସୃଷ୍ଟି କରିଛୁ, ଯାହା ଦ୍ୱାରା ଆପଣମାନେ ଆପଣଙ୍କ ଶକ୍ତିକୁ ପରିପ୍ରକାଶ କରିପାରିବେ।
ଉକ୍ତ କାର୍ୟ୍ୟକ୍ରମରେ ବାଚସ୍ପତି ସୁରମା ପାଢୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ନର୍ଲା ବିଧାୟିକା ମନୋରମା ମହାନ୍ତି, ହିନ୍ଦୋଳ ବିଧାୟିକା ସୀମା ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି, ଶାଳିନୀ ପଣ୍ଡିତ, ମିଶନ ଶକ୍ତି ନିର୍ଦ୍ଦେଶିକା, ମୋନିକା ପ୍ରିୟଦର୍ଶିନୀ, ସମାଜସେବୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

  • Garvita Odia

    Related Posts

    ରାହୁଲଙ୍କ ଏହି ଦାବିକୁ ଇସିଙ୍କ ଖଣ୍ଡନ

    ନୂଆଦିଲ୍ଲୀ: ଗତବର୍ଷ ଅନୁଷ୍ଠିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁନର୍ବାର ଅଭିଯୋଗ କରିଛନ୍ତି। ଶନିବାର ଇଣ୍ଡିଆନ ଏକ୍ସପ୍ରେସରେ ନି​‌ଜେ ଲେଖିଥିବା ଏକ ଆଲେଖ୍ୟକୁ ରାହୁଲ ସେୟାର କରିବା ପୂର୍ବକ ଏପରି ଅଭିଯୋଗ…

    ସ୍ୱଦେଶ ଫେରିଲେ ଅପରାଜିତା, ଦିଆଗଲା ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା

    ଭୁବନେଶ୍ୱର: ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିବା ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍ ନିଜ ଦେଶକୁ ଫେରିବା ପରେ ନିଜ କର୍ମକ୍ଷେତ୍ର…

    Leave a Reply

    Your email address will not be published. Required fields are marked *

    You Missed

    ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ

    ଚଳନ୍ତା ଟ୍ରେନ୍‌ରୁ ଖସି ୫ ଯାତ୍ରୀ ମୃତ

    ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ ସ୍ତ୍ରୀ

    ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ  ସୁପାରି ଦେଇଥିଲେ ସ୍ତ୍ରୀ

    ଆଜି ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

    ଆଜି ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

    ଆଇଇଡି ବିସ୍ଫୋରଣ:ଅତିରିକ୍ତ ଏସପି ସହିଦ

    ଆଇଇଡି ବିସ୍ଫୋରଣ:ଅତିରିକ୍ତ ଏସପି  ସହିଦ

    ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

    ଧର୍ମଗଡ଼ ଉପଜିଲ୍ଲାପାଳ ଗିରଫ

    ଭୁବନେଶ୍ୱରରେ ମାଡ଼ିଲା ଡେଙ୍ଗୁ

    ଭୁବନେଶ୍ୱରରେ ମାଡ଼ିଲା ଡେଙ୍ଗୁ