ସେପ୍ଟେମ୍ବର ୭ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,29।08: ସେପ୍ଟେମ୍ବର ୭ରେ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଦିନ ପିତୃପକ୍ଷର ମଧ୍ୟ ଆରମ୍ଭ ହେବ। ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଓ ଭାଦ୍ରପଦ ନକ୍ଷତ୍ରରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ମାନ୍ୟତା ରହିଛି। ୭ ସେପ୍ଟେମ୍ବର ରବିବାର ରାତି ୯ଟା ୫୮ ମିନିଟରୁ ଆରମ୍ଭ ହୋଇ ଏହା ରାତି ୧ଟା ୨୬ ମିନିଟ୍‌ରେ ଶେଷ ହେବ। ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ୭ ସେପ୍ଟେମ୍ବରକୁ ଦେଖାଯିବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବ। ଯାହାକୁ ବ୍ଲଡ୍‌ ମୁନ୍‌ ବୋଲି କୁହାଯିବ। ଅନେକ ବର୍ଷକୁ ଥରେ ଏଭଳି ଚନ୍ଦ୍ରଗ୍ରହଣ ଦେଖାଯାଏ । ୭ ସେପ୍ଟେମ୍ବରରେ ୧୨ଟା ୫୭ ମିନିଟ୍‌ରେ ପାକ ତ୍ୟାଗ ସମୟ ଆରମ୍ଭ ହେବ। ଏହି ସମୟରେ ସମସ୍ତ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ।

  • Related Posts

    ମୋଦୀଙ୍କ ସ୍ବାଗତ ପାଇଁ ଓଡିଶୀ ନୃତ୍ୟ ପରିବେଷଣ କଲେ ଚୀନର କଳାକାର

    ନୂଆଦିଲ୍ଲୀ,30/08:ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୭ ବର୍ଷ ପରେ ମୋଦୀ ଚୀନ ଗସ୍ତରେ ଥିବା ବେଳେ ଗଲଓ୍ଵାନ ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧- ଏହି ଦୁଇ…

    Continue reading
    ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆରେ ଡ. କଲାମଙ୍କ ଭୂମିକାରେ ସାଉଥ୍‌ ଅଭିନେତା ଧନୁଷ

    ମୁମ୍ବାଇ,30/08 : ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍‌ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତ କହିଛନ୍ତି, ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ