
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏନେଇ ଆସନ୍ତା ୭ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ନାମାଙ୍କନର ଶେଷ ତାରିଖ ରହିଛି ।୨୨ ତାରିଖ ଯାଞ୍ଚ ହେବାକୁ ଥିବାବେଳେ ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆବଶ୍ୟକ ହେଲେ ସେପ୍ଟେମ୍ବର ୯ ତାରିଖ ଦିନ ନିର୍ବାଚନ ହେବ । ସେପ୍ଟେମ୍ବର ୯ରେ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ ।