ସୋଆ ଆଇବିସିଏସ୍ ପକ୍ଷରୁ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବା ବିଷୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ (ଆଇବିସିଏସ୍) ପକ୍ଷରୁ ଆୟୋଜିତ ଏକ ଦୁଇ ଦିନିଆ ଉଦ୍ୟୋଗୀକରଣ ବିକାଶ କାର୍ଯ୍ୟକ୍ରମ ଶନିବାର ଉଦ୍ୟାପିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଷ୍ଟାର୍ଟ ଅପ୍ ଉପଦେଷ୍ଟା ଡକ୍ଟର ମନୀଷା ଆଚାର୍ଯ୍ୟ ଉଦ୍ଘାଟନ କରି ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଉଦ୍ୟୋଗୀକରଣର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଆଇଟି କାନ୍ପୁରର ପୂର୍ବତନ ପ୍ରଫେସର ଅସୀମା ପ୍ରଧାନ, ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇବିସିଏସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ଆଇବିସିଏସ୍ର ଫ୍ୟାକଲ୍ଟି ଏବଂ କର୍ମକର୍ତା, ବିଭିନ୍ନ ଷ୍ଟାର୍ଟ ଅପ୍ର ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରଫେସର ଅସୀମା ପ୍ରଧାନ ଉଦ୍ୟୋଗୀକରଣ କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ନୀତି ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ପ୍ରଫେସର ନନ୍ଦ ଜ୍ଞାନ ଆହରଣର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବର୍ତମାନର ପ୍ରତିଯୋଗିତାମୂଳକ ଦୁନିଆରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।
ବ୍ୟକ୍ତିଗତ ଏବଂ ବୃତିଗତ ସଫଳତା ହାସଲ ନିମନ୍ତେ ଜୀବନରେ ଶୃଙ୍ଖଳାର ଗୁରୁତ୍ୱ ଉପରେ ପ୍ରଫେସର ମହାନ୍ତି ଆଲୋକପାତ କରିଥିବା ବେଳେ ପ୍ରଫେସର ଦାସ ଶୃଙ୍ଖଳା, ଏକାଗ୍ରତା ଏବଂ ଉତ୍ସର୍ଗୀକୃତ ମନୋଭାବ ଉପରେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମରେ ଏସ୍ଟିପିଆଇ, ଭୁବନେଶ୍ୱରର ସିଓଓ ଶ୍ରୀମତି ପୁରବୀ ମିଶ୍ର ଏବଂ ସ୍କାଏ ସ୍କିଲ୍ ଏକାଡେମୀର ନିଦେ୍ର୍ଧଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ପଣ୍ଡାଙ୍କ ଭଳି ଅନୁଭୂତି ସମ୍ପନ୍ନ ଉଦ୍ୟୋଗୀ ଏବଂ ଶିଳ୍ପ ବିଶେଷଜ୍ଞ ଆଲୋଚନା କରିଥିଲେ ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦହିବରା ଏକ୍ସପ୍ରେସ୍ର ପରିଚାଳନା ନିଦେ୍ର୍ଧଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୋ÷ରଭ ଶୁକ୍ଳା ଯୋଗ ଦେଇ ବ୍ୟବସାୟ ନିମନ୍ତେ ବିନିଯୋଗ ଏବଂ ଆଇନଗତ ଦିଗ ଉପରେ ଆଲୋକପାତ କରିଥିଲେ । ସେହିପରି ଏସଏଚଆରଏମ୍, ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର କଳ୍ପନା ସାହୁ ନେତୃତ୍ୱ ଗଠନ ଏବଂ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ନେଜଲର ଟେକ୍ନୋଲଜିସ ଏଲ୍ଏଲପିର ସହଯୋଗୀ ଏବଂ ପ୍ରତିଷ୍ଠାତା ଓ ୱଜକୁର ମାର୍କେଟିଂ ମୁଖ୍ୟ ଶ୍ରୀ ଗୋ÷ରବ ଅଗ୍ରୱାଲ୍ ମାର୍କେଟିଂ ଏବଂ ବ୍ରାଣ୍ଡିଂ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଉଦ୍ୟାପନୀ କାର୍ଯ୍ୟକ୍ରମରେ ପିପୁଲ୍ ହୋଟେଲ୍ସ ଆଣ୍ଡ ରିସର୍ଟସ୍ର ସିଇଓ ଶ୍ରୀ ସୁବ୍ରତ ଦାଶ ଏବଂ ଦ ସାଇନ ୍ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ମିଶ୍ର ଏବଂ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଯୋଗ ଦେଇଥିଲେ । ଇଡିପିର କୋଅର୍ଡିନେଟର ଡକ୍ଟର ସୋ÷ମ୍ୟା ମିଶ୍ର ଏବଂ ଡକ୍ଟର ଆଶିଷ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ଭୁବନେଶ୍ୱର: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ । ଏପରି ସୂଚନା ଦେଇଛନ୍ତି…

Leave a Reply

Your email address will not be published. Required fields are marked *

You Missed

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା