ସୋଆ ଏବଂ ବ୍ରୋଡବି୍ରଜ୍ ଫାଇନାନ୍ସିଆଲ୍ ସଲୁ୍ୟସନ୍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତର ନୂତନତା ଏବଂ ଆର୍ଥିକ ବୈଷୟିକ ପରିସଂସ୍ଥା ପର୍ଯ୍ୟବେସିତ ଅନୁଷ୍ଠାନ ବ୍ରୋଡବି୍ରଜ୍ ଫାଇନାନ୍ସିଆଲ୍ ସଲୁ୍ୟସନ୍ସ ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବ୍ରୋଡବି୍ରଜ୍ ଇଣ୍ଡିଆର ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ରିତୁ ରାଖରା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏହି ସମୟରେ ଉଭୟ ଅନୁଷ୍ଠାନର ଶୀର୍ଷ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
ଏଥି ସହିତ ବ୍ରୋଡବି୍ରଜ୍ର ପ୍ରତିନିଧିମାନେ ସୋଆର ଛାତ୍ରଛାତ୍ରୀମାନଙ୍କ ସହିତ ଆର୍ଥିକ କ୍ଷେତ୍ର ସହିତ ନିଯୁକ୍ତି ସୁଯୋଗ ଏବଂ ଆବଶ୍ୟକୀୟ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ ।
ବ୍ରୋଡବି୍ରଜ୍ ବିଭିନ୍ନ କ୍ୟାମ୍ପସ ପ୍ରୋଗ୍ରାମ, ଇନୋଭେସନ୍ ଚ୍ୟାଲେଞ୍ଜ, ମେଂଟରସିପ୍ ଏବଂ ଦକ୍ଷତା ଭିତିକ ପଦକ୍ଷେପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାଏ । ଏହି ସହଭାଗିତା ଦ୍ୱାରା ଉଭୟ ଅନୁଷ୍ଠାନ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ଥିବା ବ୍ୟବଧାନକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବାର ଉଦେ୍ଧଶ୍ୟ ରହିଛି ।
ବୁଝାମଣା ଅନୁଯାୟୀ ସୋଆ ଏବଂ ବ୍ରୋଡବି୍ରଜ୍ ସହଭାଗିତା ଭିତିରେ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶିଳ୍ପ ସମ୍ବନ୍ଧୀୟ କର୍ମଶାଳା, ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଏବଂ ଛାତ୍ରଛାତ୍ରୀମାନଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ ପ୍ରଦାନ କରିବେ ।
ଏହି ସହଭାଗିତା ଦ୍ୱାରା ଶିଳ୍ପ କ୍ଷେତ୍ରରେ ସୋଆର ସହଯୋଗକୁ ପ୍ରତିପାଦିତ କରିବା ସହ ଆମ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦିଗରେ ସାହାଯ୍ୟ କରିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି ।
ଏହି ଅବସରରେ ଶ୍ରୀମତି ରାଖରା କହିଥିଲେ ଯେ ସୋଆ ସହିତ ବୁଝାମଣା କରି ବ୍ରୋଡବି୍ରଜ୍ ବେଶ ଆନନ୍ଦିତ । ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଧିକ ଯୋଡ଼ି ହୋଇ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟି୍ର ଏନଗେଜ୍ମେଂଟର ନିଦେ୍ର୍ଧଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ କହିଛନ୍ତି ଯେ ଆଇଟି ଏବଂ ତତ୍ସଂଲଗ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ନିମନ୍ତେ ସୋଆ ନିୟମିତ ଭାବରେ ଏଭଳି ସହଭାଗିତାର ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛି ।

Related Posts

ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୬ ଓ ୭ ତାରିଖରେ ରାଜ୍ୟର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ । ୬ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା…

‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବୃଦ୍ଧି ପାଇଁ ଶ୍ରୀମନ୍ଦିର ପ୍ରଚଳିତ ଆଇନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ । ଶ୍ରୀମନ୍ଦିର ଆଇନରେ ସଂଶୋଧନ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବାକୁ ଉଚ୍ଚ ସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି। ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ବାରମ୍ବାର ଜବତ…

Leave a Reply

Your email address will not be published. Required fields are marked *

You Missed

ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

‘ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ନେଇ ସରକାରଙ୍କୁ ଦିଆଯିବା ପ୍ରସ୍ତାବ’

ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ

ବାଦଲଫଟା ବର୍ଷା ଓ ଭୂସ୍ଖଳନରେ: 10 ମୃତ, ୫୦ ନିଖୋଜ