ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥାହେଲେ ରାହୁଲ

ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ଘଟଣାକୁ ନେଇ କଂଗ୍ରେସ ମଧ୍ୟ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୃତ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହୋଇଛନ୍ତି। ଫୋନ ଯୋଗେ କଥା ହୋଇ ସମବେଦନା ଜଣାଇଥିବା ଜଣାପଡିଛି। ପରିବାର ସହ କଂଗ୍ରେସ ଅଛି। ପରିବାରକୁ ନ୍ୟାୟ ଦେବାକୁ ସବୁ ପ୍ରକାର ଚେଷ୍ଟା କରିବୁ ବୋଲି କହିଛନ୍ତି ରାହୁଲ।

ଗତକାଲି ଘଟଣାକୁ ନେଇ ଟୁଇଟ୍‌ କରି ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ। ଟୁଇଟ୍‌ କରି ରାହୁଲ ଲେଖିଥିଲେ, ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ଭାଜପା ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା। ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ବର ଉଠାଇଥିଲେ। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା। ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗି ଚାଲିଥିଲେ। ପ୍ରତ୍ୟେକ ଥର ପରି, ଭାଜପା ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା ଏବଂ ଏକ ର୍ନିଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା। ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା। ରାହୁଲ ଆହୁରି ଲେଖିଛନ୍ତି, ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର , ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ଆତ୍ମହତ୍ୟା କରୁଛନ୍ତି ଆଉ ଆପଣ? ଆପଣ ଚୁପ ବସିଛନ୍ତି। ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଏହା ଉତ୍ତର ଚାହେଁ। ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି।

  • Garvita Odia

    Related Posts

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଇନ୍ତି। ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି…

    ଟ୍ବିନ୍ ସିଟିରେ ପିକେଟିଂ

    ଭୁବନେଶ୍ୱର: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ନ୍ୟାୟ ଦାବିରେ ଆଜି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି । ଛାତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ଟ୍ବିନ୍ ସିଟିରେ ପିକେଟିଂ

    ଟ୍ବିନ୍ ସିଟିରେ  ପିକେଟିଂ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ

    ରାନ୍ୟା ରାଓଙ୍କୁ  ଏକ ବର୍ଷ ଜେଲ୍ ଦଣ୍ଡ

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା