
ଚନ୍ଦନେଶ୍ୱର: ସୈତାନ ସାଜିଲା ବାପା । ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଓ ପୁଅକୁ ହାଣିଲା । ପୁଅ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଏଭଳି ଘଟଣା ଘଟିଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ସୂଚନା ମୁତାବକ, ରବିବାର ରାତିରେ ସ୍ତ୍ରୀ ଏବଂ ପୁଅକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ସୈତାନ ବାପା । ଏହି ଘଟଣା ପରେ ସ୍ତ୍ରୀ ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏସମ୍ପର୍କରେ ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘରଠାରୁ କିଛି ଦୂରରେ ଏକ ଧାରୁଆ ଟାଙ୍ଗିଆ ଉଦ୍ଧାର ହୋଇଛି । ତେବେ ପାରିବାରିକ କଳହରୁ ଏଭଳି ଘଟିଥିବା ଘଟଣା ଘଟିଥିବା ଅନୁମାନ କରାଯାଉଛି ।