
ଭୁବନେଶ୍ୱର: ହଇଜା ମୁକାବିଲା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାଗଣ୍ଡ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୩ ଜିଲ୍ଲାରେ ସ୍ଥିତି ଦେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ । ସ୍ଥିତି ଅଣାୟତ୍ତ ଥିଲେ ଜିଲ୍ଲାପାଳ ସ୍କୁଲ ବନ୍ଦ ରଖିପାରିବେ । ପିଲାମାନଙ୍କୁ ଫୁଟା ପାଣି ପିଇବା ପାଇଁ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ଗରମ ଖାଦ୍ୟ ଦିଆଯିବ । ସ୍କୁଲ ପାଣି ଟାଙ୍କି ସଫା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ପ୍ରକାଶ ଯେ ଡାଇରିଆକୁ ନେଇ ଫୋକସରେ 3 ଜିଲ୍ଲା । ଆଜି ଯାଜପୁର, କଟକ ଓ ଭଦ୍ରକ ଗସ୍ତ କରିବେ କେନ୍ଦ୍ରୀୟ ଓ ସ୍ୱାସ୍ଥ୍ୟ ବିଭାଗ ଟିମ । ଏହି ଟିମ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ । ଡାଇରିଆ ସ୍ଥିତିର ମୁକାବିଲା ନିମନ୍ତେ ସଂପୃକ୍ତ ବିଭାଗ କ୍ଷେତ୍ର ସ୍ତରରେ ସମନ୍ୱିତ ଓ ଏକାଭୀମୁଖୀ ଭାବେ କାର୍ଯ୍ୟ କରିବେ । ଲୋକସେବା ଭବନରେ ଡାଇରିଆ ମୁକାବିଲା ସ୍ଥିତିର ସମୀକ୍ଷା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।