ଭୁବନେଶ୍ଵର:ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫କୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତ୍ୟାହାର କରିଛନ୍ତି। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହି ଆୟକର ବିଲ୍କୁ ଆଗତ କରିଥିଲେ। ଏହା ବଦଳରେ ଆଉ ଏକ ନୂଆ ବିଧେୟକ ଆସନ୍ତା ୧୧ ତାରିଖରେ ଆଗତ କରାଯିବ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଗଠିତ ମନୋନୟନ କମିଟିର ସୁପାରିସ କ୍ରମେ ଉକ୍ତ ବିଲ୍ରେ କିଛିଟା ପରିବର୍ତ୍ତନ କରାଯାଇଛି। ନୂଆ ରୂପରେ ଏହି ବିଲ୍କୁ ଆସନ୍ତା ସୋମବାର ଆଗତ କରାଯିବ ତେଣୁ ପୁରୁଣା ବିଲ୍ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର।
୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ
ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ କରିବା ସହ ଶକ୍ତିଶ୍ରୀ ସାଥୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ…