ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡ଼ା: ଏକ ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଳ୍ପନା ସ୍ବାଇଁ ରାୟ ଦେଇଛନ୍ତି । ଏହି ହତ୍ୟା ମାମଲାର ବିଚାର କରି ଗୁରୁବାର ଅଭିଯୁକ୍ତ ଅଶୋକ ଗୌଡ଼,ଭାଗିରଥୀ ଗୌଡ଼ ଓ ବିକ୍ରମ ଗ‌ୌଡ଼ଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।ଏହି ହତ୍ୟାକାଣ୍ଡ ଘଟଣାରେ ୨୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପରେ ଦଫା ୩୦୨/୩୪ ଆପିସି,ଆରଡବ୍ଲ୍ୟୁ ୩(୧)(ଆର)(ଏସ)/୩(୨)(ଭି)(ଭିଏ) ଏସସି ଏବଂ ଏସ ଟି (ପିଓଏ) ଆକ୍ଟ ଆଧାରରେ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ କରାଯାଇଛି। ରିମାନା ଅନାଦେୟ ହେଲେ ଅଧିକା ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଘଟଣାର ୨ ବର୍ଷ ପରେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ମିଳିଛି।
ମିଳିଥିବା ସୂଚନା ମୁତାବକ, ଗତ ୨୦୨୩ ମସିହା ଜୁନ ୯ ତାରିଖ ସକାଳ ସମୟରେ କାଶୀପୁର ବ୍ଲକର ‌ଗଜେନ୍ଦ୍ର ନାୟକ କୋଶନଦୋରା ଗ୍ରାମରେ ଥିବା ଜମିରେ ସମତଳ ହେଉଥିବା କାର୍ୟ୍ୟକୁ ତଦାରଖ ପାଇଁ ଯାଇଥିଲେ । ଜେସିବି ମେସିନ ଦ୍ବାରା ଅପରେଟର ରଘୁ ‌‌ଝୋଡିଆ ଏବଂ ତାଙ୍କର ସହଯୋଗୀ ଅନନ୍ତ ମାଝି ଏବଂ ଚୈତନ୍ୟ ମାଝି ଏହି କାର୍ୟ୍ୟ କରୁଥିଲେ। ସେହି ସମୟରେ ଭାଗିରଥୀ ଗୌଡ଼ ଓ ତାଙ୍କର ୨ ସହଯୋଗୀ ଅଶୋକ ଗୌଡ଼ ଓ ବିକ୍ରମ ଗ‌ୌଡ ସେହି ସ୍ଥାନକୁ ଆସି ଆମ ଜମି କେଉଁଠି ଅଛି ଦେଖାଇବା ପାଇଁ କହିବା ସହ ସେମାନେ ସାଙ୍ଗ‌ରେ ଆଣିଥିବା ଟାଙ୍ଗିଆ ଦ୍ବାରା ପ୍ରଥମେ ତାଙ୍କ ଗୋଡ ଏବଂ ପରେ ବେକକୁ ଆକ୍ରମଣ କରିଥିଲେ । ସେଠାରେ କାର୍ୟ୍ୟ କରୁଥିବା ଲୋକେ ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଜମିରେ କାର୍ୟ୍ୟ କରୁଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଜେନ୍ଦ୍ରଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଜେନ୍ଦ୍ରଙ୍କ ପୁତ୍ର ମିହିର କୁମାର ନାୟକ ଏନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । କାଶୀପୁର ପୁଲିସ ଏହି ଘଟଣାର ତଦନ୍ତ କରି ୧୨/୦୬/୨୩ ତାରିଖ ଦିନ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ହୋଇଥିବା ୩ଟି ଟାଙ୍ଗିଆକୁ ଜବତ କରିଥିଲେ ।

  • Related Posts

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ଭୁବନେଶ୍ଵର,01।09: ଭୁବନେଶ୍ଵରରେ ଖଣି ମାଲିକଙ୍କ ଘରେ ବଡ ଧରଣର ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି ୧୦ଟି ବିଳାଶପୂର୍ଣ୍ଣ କାର୍ ସହ ୩ଟି ସୁପର ବାଇକ୍। କେବଳ ଏତିକି ନୁହେଁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ…

    Continue reading
    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ମୟୂରଭଞ୍ଜ,01।09: ଚାକିରି କରାଇଦେବାକୁ କହି ଯୁବତୀଙ୍କୁ ଘରୁ ଆଣି ଗଣଦୁଷ୍କର୍ମ କରାଯାଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ପୋଲିସ ତଦନ୍ତରେ ତାହା ଏକ ନାଟକ ଥିଲା ବୋଲି ତଦନ୍ତ ପରେ ସୂଚନା ଦେଇଛନ୍ତି ଉଦଳା ଉପଖଣ୍ଡ ପୋଲିସ ଅଧିକାରୀ । ସୂଚନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

    ସାର୍ବଜନୀନ ଅଧିକାରର ସୁନିଶ୍ଚିତତା ଓ ଅନ୍ତର୍ଭୁକ୍ତୀକରଣ ସମାଜ ପାଇଁ ଓଡ଼ିଶା ସରକାରଙ୍କ ସହ ଟାଟା ଷ୍ଟିଲ ଫାଉଣ୍ଡେସନର ଏମଓୟୁ

    ଗାଁରେ ବାଘ ପାଦଚିହ୍ନ : ସତର୍କ ସୂଚନା ଜାରି କଲା ବନବିଭାଗ

    ଚାକିରି ନାଁରେ ଘରୁ ଆଣି ଗଣଦୁଷ୍କର୍ମ ଅଭିଯୋଗ ଏକ ନାଟକ: ଉଦଳା ପୋଲିସ

    ଡ୍ରାଗନ ଏବଂ ହାତୀ ଏକା ସାଥୀରେ ରହିବା ଜରୁରୀ: ଜିନପିଙ୍ଗ

    ୨୦୨୬ ଏପ୍ରିଲ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳକୁ ଗର୍ତ୍ତମୁକ୍ତ ହେବ : ମୁଖ୍ୟମନ୍ତ୍ରୀ